Latest Odisha News

ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ: ରିକର୍ଭ ମହିଳା ବିଭାଗରେ ସୁଯୋଗ ହାତଛଡା କଲେ ମନଶ୍ୱରୀ

ପୁରୀ: ପୁରୀର ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିଅମଠାରେ ଅନୁଷ୍ଠିତ ତୃତୀୟ ଏନ.ଟି.ପି.ସି ସର୍ବ ଭାରତୀୟ ରାଙ୍କିଙ୍ଗ ତିରନ୍ଦାଜ କନିଷ୍ଠ ପ୍ରତିଯୋଗିତା ରିକର୍ଭ ବାଳକ ବିଭାଗରେ ଉତ୍ତରପ୍ରଦେଶର ଆରୟନ ରାନା ତାଙ୍କ ରାଜ୍ୟର ରୋହିତ କୁମାରଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ମହାରାଷ୍ଟ୍ରର ଉଜ୍ଵଳ ଭରତ ଓଲେକର ଉତ୍ତରପ୍ରଦେଶର ଉଜ୍ଵଳ ଧାମାଙ୍କୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ରିକର୍ଭ ମହିଳା ବିଭାଗରେ ପଶ୍ଚିମ ବଙ୍ଗଳାର ବାସନ୍ତୀ ମାହାତୋ ଓଡ଼ିଶାର ମନଶ୍ଵରୀ ହାସଦକଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନରେ ରହିଥିଲେ । ମଧ୍ୟ ପ୍ରଦେଶର ଭିତାଶା ଠାକୁର ତାଙ୍କ ରାଜ୍ୟର କ୍ରାତିକା ବିଚପୁରୀୟ।ଙ୍କୁ ପରାସ୍ତ କରି ତୃତୀୟ,  ବିଚପୁରୀୟ। ଚତୁର୍ଥ ସ୍ଥାନରେ ରହିଥିଲେ ।

କମପାଉଣ୍ଡ ବାଳକ ବିଭାଗରେ ହରିୟଣାର କୁଶାଲ ଦଲାଲ ଛତିଶଗଢ଼ର ନିଶାନ୍ତ ପଟେଲଙ୍କୁ ପରାସ୍ତ କରି ପ୍ରଥମ, ରାଜସ୍ଥାନର ପ୍ରଧୂମନ ଯାଦବ ଚଣ୍ଡିଗଡର ହର୍ଷକୁମାରଙ୍କୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲେ । ବାଳିକା ବିଭାଗରେ ମହାରାଷ୍ଟ୍ରର ତେଜଲ ରାଜେନ୍ଦ୍ର ସାଲଭେ ଦିଲ୍ଲୀର କୁମୁଦ ସାଇନିଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ତେଲେଙ୍ଗ।ନ।ର ତନି ପାର୍ଥୀ ଚିକିଥା ରେଲୱେ ସ୍ପୋର୍ଟସ ପ୍ରୋମୋସନ ବୋର୍ଡର ମାୟା ବିଶନୋଇଙ୍କୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ଆରଚେରୀ ଆସୋସିଏସନର ଉପ-ସଭାପତି ରବୀନ୍ଦ୍ରନାଥ ପଟନାୟକ, ପୂର୍ବତନ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ସୌରଜିତ ସିଂ ଏବଂ ରୋଭର୍ସ କ୍ଲବର କାର‌୍ୟ୍ୟକାରୀ ସଭାପତି  ସମୀର କୁମାର ପରିଜା  ପୁରସ୍କାର ବିତରଣ କରିଥିଲେ ।

Comments are closed.