ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନଙ୍କ ପଦ୍ମପୁର ଗସ୍ତ ଓ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଟ୍ୱିଟ୍ ୱାର୍ । ନବୀନଙ୍କ ମନ୍ତବ୍ୟର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କାଉଣ୍ଟର କରିଥିଲେ । ପଚାରିଥିଲେ ୨୩ ବର୍ଷର ଶାସନରେ କେତେ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ସମୀକ୍ଷା କରନ୍ତୁ । କଣ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି ତାହା ପରଖନ୍ତୁ । ଧର୍ମେନ୍ଦ୍ରଙ୍କ ଏଭଳି ଟ୍ୱିଟକୁ ନେଇ ବେଶ୍ ପ୍ରତିକ୍ରିୟାଶୀଳ ହୋଇଛି ଶାସକ ବିଜେଡି ।
@dpradhanbjp Bhai, where is Special Category for Odisha? You mentioned it in your Party Manifesto while holding it up on April 5th, 2014. Before election you promised, after election you forgot. (1/3)
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) February 19, 2023
ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋଟି ଗୋଟି କରି ମନେ ପକାଇ ଦେଇଛି ବିଜେଡି । ଧର୍ମେନ୍ଦ୍ରଙ୍କ ଟ୍ୱିଟର ଜବାବରେ ପ୍ରତିଶ୍ରୁତିର ଲମ୍ବା ତାଲିକା ଦେଇ ଟ୍ୱିଟ୍ କରିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର ତାଙ୍କ କହିଛନ୍ତି ଧର୍ମେନ୍ଦ୍ର ଭାଇ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବର୍ଗ ପାହ୍ୟା ଏବେ କେଉଁଠାରେ ଅଛି ? ୨୦୧୪ ଏପ୍ରିଲ୍ ୫ ତାରିଖରେ ଏହାକୁ ଆପଣ ନିଜ ଦଳର ନିର୍ବାଚନୀ ଇସ୍ତାହାରରେ ଏହା ଉଲ୍ଲେଖ କରିଥିଲେ । ନିର୍ବାଚନ ପୂର୍ବରୁ ଆପଣ ପ୍ରତିଶ୍ରୁତି ଦେଇଥିଲେ, ନିର୍ବାଚନ ପରେ ଆପଣ ଭୁଲିଗଲେ ।
ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆପଣ କେନ୍ଦୁ ପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନିର୍ବାଚନ ପରେ ଆପଣ ଭୁଲିଗଲେ । ୨୦୧୮ରେ ବିଜେପୁର ଉପନିର୍ବାଚନ ପୂର୍ବରୁ ଏବଂ ୨୦୨୨ରେ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁର ପାଇଁ ରେଳଲାଇନ୍ର ପ୍ରତିଶ୍ରୁତି ଦେଇଥିଲ । କିନ୍ତୁ ନିର୍ବାଚନ ପରେ ଆପଣ ଏହାକୁ ବି ଭୁଲି ଯାଇଛନ୍ତି ।
So our Hon’ble leader just prayed to Lord Nrusinghanath in Bargarh today to refresh your memory. It’s good Prayer for benefit of people of Odisha. There’s no need to get agitated when truth is told & a Prayer is made to remind you about your forgotten promises to people of Odisha
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) February 19, 2023
ଆପଣ ୨୦୧୪ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ଧାନର କ୍ରୟ ମୂଲ୍ୟ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ନିର୍ବାଚନ ପରେ ଭୁଲିଗଲେ । କେନ୍ଦ୍ରାପଡାକୁ ରେଳ ସଂଯୋଗ ହେଉ କିମ୍ବା ଉପକୂଳ ରାଜପଥ ହେଉ କିମ୍ବା ଏହିପରି ଅନେକ ପ୍ରତିଶ୍ରୁତି, ନିର୍ବାଚନ ପୂର୍ବରୁ ଆପଣଙ୍କ ଦ୍ୱାରା ଏପରି ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା ଯାହା କେବଳ ନିର୍ବାଚନ ପରେ ଭୁଲିଯିବା ପାଇଁ ।
ତେଣୁ ଆମର ମାନ୍ୟବର ନେତା ଆଜି ଆପଣଙ୍କର ସ୍ମୃତିକୁ ସତେଜ କରିବା ପାଇଁ ବରଗଡରେ ପ୍ରଭୁ ନୃସିଂହନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଓଡିଶାର ଲୋକଙ୍କ ମଙ୍ଗଳ ପାଇଁ ଏହା ଏକ ଭଲ ପ୍ରାର୍ଥନା । ଯେତେବେଳେ ସତ୍ୟ କୁହାଯାଏ ସେତେବେଳେ ଉତ୍ତେଜିତ ହେବାର କୌଣସି ଆବଶ୍ୟକତା ନାହିଁ ଏବଂ ଓଡ଼ିଶାବାସୀଙ୍କୁ ଆପଣଙ୍କ ଭୁଲିଯାଇଥିବା ପ୍ରତିଶ୍ରୁତି ବିଷୟରେ ମନେ ପକାଇବା ପାଇଁ ଏଭଳି ପ୍ରାର୍ଥନା ବୋଲି ଡକ୍ଟର ପାତ୍ର କହିଛନ୍ତି ।
Comments are closed.