Latest Odisha News

BREAKING NEWS

ଏମଏଲଏ କଲୋନୀ ଗଛ କଟାକୁ ଚିତ୍ରାଙ୍କନରେ ବିରୋଧ

ଭୁବନେଶ୍ୱର: ଏମଏଲଏ କଲୋନୀରେ ଗଛ କଟାକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ଏକ ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରିଛି । ଶିଶୁ ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ଗଛ ହିଁ ଜୀବନ’ ଶୀର୍ଷକ ଚିତ୍ରାଙ୍କନ କରି ନିର୍ଦ୍ଦୟ ଗଛ କଟାକୁ ବିରୋଧ କରିଛି ।
ସେପଟେ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ମିଳିଛି ଝଟକା । ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ପ୍ରସ୍ତାବିତ ପ୍ରକଳ୍ପର ସମସ୍ତ ତଥ୍ୟ ଏବଂ ଗଛ କଟା ହେବାର କାରଣ ବିଷୟରେ ପ୍ରଶ୍ନ କରାଯାଇଛି । ସରକାର ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଗଛ କଟାକୁ ସ୍ଥଗିତ ରଖିଛନ୍ତି ।

ସ୍କୁଲ ପିଲାଙ୍କ ମଧ୍ୟରେ ଆଜି “ଗଛ ହିଁ ଜୀବନ” ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରିକରିଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ। ଯେଉଁଠି ଶହ ଶହ ଗଛ ବିଧାୟକ ମାନଙ୍କ କୋଠା ନିର୍ମାଣ କରିବା ପାଇଁ କଟାଯାଇଛି ପିଲାମାନେ ସେହି ସ୍ଥାନରେ ଏହି ପ୍ରତିଯୋଗିତାରେ ଭାଗ ନେଇ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥିଲେ। ଗଛ ନାହିଁ ତ ଜୀବନ ନାହିଁ, ଗଛ ହିଁ ଜୀବନ ଧାରଣର ମୁଖ୍ୟ ଆୟୁଧ ଓ ଗଛ ପାଇଁ ପରିବେଶ ସନ୍ତୁଳନ ହୋଇ ପରିବ ବୋଲି ତାଙ୍କର ଚିତ୍ରାଙ୍କନ ରେ ନିଖୁଣ ଭାବେ ପ୍ରତିଫଳିତ କରାଇ ସରକାର ଗଛ କଟାରୁ କ୍ଷାନ୍ତ ରୁହନ୍ତୁ ବୋଲି ନିବେଦନ କରିଛନ୍ତି ସମସ୍ତ ପ୍ରତିଯୋଗୀ।

ଏଥି ପାଇଁ ପୁରସ୍କାର ସ୍ୱରୂପ ଗୋଟେ ଗୋଟେ ଗଛ ସହିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ତିବ୍ଦତ ସଂସଦ ନିର୍ବାସିତ ଉପ ବାଚସ୍ପତି ଆଚାର୍ଯ୍ୟ ୟେଶୀ ପୁଣ୍ଟସୋକ ଯୋଗ ଦେଇ ପିଲାଙ୍କୁ ପ୍ରୋତ୍ସାହନ ଦେବା ସହ ଗଛ ନ କାଟିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ ଙ୍କ ସମେତ ପ୍ରବକ୍ତା ପ୍ରସନ୍ନ ବିଶୋଇ, ଅସିତ୍ ପାଣିଗ୍ରାହୀ, ସୁଜାତା ପଶାୟତ, ଗୀତାଞ୍ଜଳି ମହାନ୍ତି, ସରିତା ସାମଲ, ସ୍ନେହଲତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ପ୍ରେରଣାର ଅଧ୍ୟକ୍ଷ ଦିଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ, ମାନବାଧିକାର କର୍ମୀ ଅଭିନ୍ନ ହୋତା, ଗିରିଜା ଦାଶ, ସୁଧୀର ମହାନ୍ତି ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।

Comments are closed.