Latest Odisha News

BREAKING NEWS

ଓଡିଶାକୁ ଠକିଲେ କି ଜାଫର !

ଭୁବନେଶ୍ୱର: ଓଡିଶା କ୍ରିକେଟ ଦଳର ବର୍ତମାନ କୋଚ ୱାସିମ ଜାଫରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜାଫର ଓଡିଶା କୋଚ ପଦ ଛାଡି ବାଂଲାଦେଶ କ୍ରିକେଟ ବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାକୁ ଯାଉଛନ୍ତି । ଯଦି ଏହା ସତ ହୋଇଥାଏ ତାହାହେଲେ ଜାଫର ଓଡିଶା ସହ ଛଳନରା କରିଛନ୍ତି କହିଲେ ଭୁଲ ହେବନି । ଏବେ ସେ ବାଂଲାଦେଶର ଅଣ୍ଡର ୧୯ ଟିମର ସେ କୋଚ ହେବାକୁ ଯାଉଛନ୍ତି । ତେବେ ଏ ନେଇ ଜାଫର କିମ୍ବା ଓସିଏ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଓଡିଶା ସହ ୨ ବର୍ଷୀୟା ଚୁକ୍ତି କରିଥିବା ଜାଫର ଅଧାରୁ କିପରି ଯିବେ ସେ ନେଇ ଆଲୋଚନା ଚାଲିଛି ।

ପୂର୍ବରୁ ସେ ୨୦୧୯ରେ ବାଂଲାଦେଶ ବୋର୍ଡର ପରାମର୍ଶଦାତା ଭାବେ କାର୍ଯ୍ୟ କରି ସାରିଛନ୍ତି । ବାଂଲାଦେଶ ସହ ସେ ଭଲ ଭାବେ ଜଡିତ ଥିବା ସତ୍ୱେ ଓଡିଶା ସହ କାହିଁକି ଚୁକ୍ତି କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଂଲାଦେଶର ଜଣେ ବରିଷ୍ଠ ସାମ୍ବାଦିକ ଜାଫର ସମ୍ପର୍କରେ ଏହି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.