Latest Odisha News

BREAKING NEWS

ଫେବୃଆରୀ ୧୪ରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୪ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

ବିଧାନସଭାର ପ୍ରଥମ ଅଧିବେଶନରେ ଗୃହ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ଦେବେ ବୋଲି ସଚିବାଳୟ ସୁତ୍ରରୁ ପ୍ରକାଶ ।

ଏହି ଅଧିବେଶନ ଆସନ୍ତା ଏପ୍ରିଲ୍ ୧ ତାରିଖ ଯାଏଁ ଚାଲିବ । ଏଥିସହିତ ଏହାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ରୁ ୨୯ ଯାଏଁ ହେବାକୁ ଥିବାବେଳେ ମାର୍ଚ୍ଚ ୧୧ରୁ ଏପ୍ରିଲ୍ ୯ ତାରିଖ ଯାଏଁ ୨ୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ ।

ଏହାବ୍ୟତିତ ଫେବୃଆରୀ ୧୮ ତାରିଖରେ ଗୃହରେ ରାଜ୍ୟ ବଜେଟ୍ ଉପସ୍ଥାପନା କରାଯିବ ।
ବିଧାନସଭାରେ ମୋଟ୍ ୩୧ଟି କାର୍ଯ୍ୟଦିବସ ଅନୁଷ୍ଠିତ ହେବ ।

Leave A Reply

Your email address will not be published.