Latest Odisha News

BREAKING NEWS

ପାଞ୍ଚ ବର୍ଷ ପରେ ବି ସରୁନି ଜଟଣୀ ଫ୍ଳାଏ ଓଭର ବ୍ରିଜ୍ ନିର୍ମାଣ କାମ

ଖୋର୍ଦ୍ଧା : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ । ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । 

ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ କଥାରେ ଭରଷା କରି ବ୍ୟବସାୟୀ ନିଜ ଦୋକାନ ଭାଙ୍ଗି ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ସହଯୋଗର ହାତ ବଢାଇଛନ୍ତି । ପୂର୍ବରୁ ଉଛେଦ ହୋଇଥିବା ୫୮୭ ବ୍ୟବସାୟୀ ଏଯାଏ ଥଇଥାନ ହୋଇନଥିବା ବେଳେ ଏବେ ପୁଣି ବିସ୍ଥାପିତ ହେବାକୁ ଯାଉଛନ୍ତି ୧୫୦ ଜଣ ବ୍ୟବସାୟୀ ।

ପ୍ରକଳ୍ପ କାମ ତୁରନ୍ତ ସାରିବା ସହ କ୍ଷତିଗସ୍ତ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଦାବି କରିଛି ବ୍ୟବସାୟୀ ମହାସଂଘ । ଜଟଣୀ ଫ୍ଲାଏ ଓଭର କାମ ୫୪ କୋଟି ଟଙ୍କାରୁ ଆରମ୍ଭ ହୋଇ ଶହେ କୋଟି ଟଙ୍କାରେ ପହଞ୍ଚିଲାଣି ।  କିନ୍ତୁ ଏପର୍ଯ୍ୟନ୍ତ ଫ୍ଲାଏ ଓଭରର ୫୦ ଭାଗ କାମ ସରିନାହିଁ । 

ବ୍ରିଜ କାମ ବିରଜା କନଷ୍ଟ୍ରକସନ ହାତକୁ ଦାୟିତ୍ୱ ଦିଆଯାଇଛି । ଏହି ବ୍ରିଜ୍ ନିର୍ମାଣ ହେଲେ ଫୁଲବାଣୀଠାରୁ ନୟାଗଡ ଏବଂ ଖୋର୍ଦ୍ଧା ଭଳି ୫ ଟି ଜିଲ୍ଲାକୁ ସଂଯୋଗ ହୋଇପାରିବ । 

 

Leave A Reply

Your email address will not be published.