Latest Odisha News

BREAKING NEWS

ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିନିଅନ୍ତୁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର

ଭୁବନେଶ୍ଵର:  ରୁବେଲା ଭାଇରସକୁ ନେଇ ଗର୍ଭବତୀ ମହିଳାଙ୍କୁ ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ । ସେଥିପାଇଁ ଯେଉଁ ଗର୍ଭବତୀଙ୍କ ଠାରେ ଏପରି ଲକ୍ଷଣ ଥିବ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରର ୨ଟି ବ୍ଲକରେ ୧୮ ଜଣଙ୍କ ଲକ୍ଷଣ ଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ । ଗତକାଲି ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ତି ବ୍ଲକ ପୋଡାଲଗୁଡା ଗାଁର । ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୭ ରୁ ୨ ବର୍ଷ । ରୁବେଲା ଚିହ୍ନଟ ହେବା ପରେ ପଡାଲଗୁଡା ଗାଁରେ WHO ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ରୋଗ ହେଲେ ମୁହଁର ରଙ୍ଗ ଗୋଲାପୀ ହେବା ସହ କାନ ଓ ବେକରେ ଛୋଟଛୋଟ ଫୋଟକା ହୋଇଥାଏ। ଏଭଳି ରୋଗ ଗର୍ଭବତୀ ମହିଳା ମାନଙ୍କୁ ହେଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ ଓ ହୃଦରୋଗ ସହ ମସ୍ତିଷ୍କ ବିକଳାଙ୍ଗ ହେବାର ସମ୍ଭାବନା ରହିଥାଏ। ସଂକ୍ରମିତ ରୋଗୀମାନଙ୍କୁ ଏକାନ୍ତବାସରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଲୋକଙ୍କୁ ସଚେତନ କରାଯିବା ସହ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.