Latest Odisha News

BREAKING NEWS

ପୁଣେରେ ଅଗ୍ନିକାଣ୍ଡ; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ପୁଣେ: ମହାରାଷ୍ଟ୍ରର ପୁଣେ ସ୍ଥିତ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 

ଏଥିସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଫାର୍ମର ସାନିଟାଇଜର ଉତ୍ପାଦନ ୟୁନିଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିବା ଫଳରେ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି।କମ୍ପାନୀର ଅଧିକାରୀଙ୍କ କହିବାନୁସାରେ, ଅଗ୍ନିକାଣ୍ଡ ଘଟିବା ପରେ ପ୍ରାୟ ୧୭ ଜଣ କର୍ମଚାରୀ ନିଖୋଜ ରହିଛନ୍ତି। ତେବେ ନିଖୋଜ ଶ୍ରମିକଙ୍କୁ ଖୋଜିବା ଲାଗି ଛାନଭିନ୍ନ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।

ତେବେ ଏହି ଘଟଣାରେ ପୂର୍ବରୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.