Latest Odisha News

BREAKING NEWS

କୃଷି ଆଇନକୁ ବିରୋଧ କରି ଇସ୍ତଫା ଦେଲେ ପଞ୍ଜାବ ଡିଆଇଜି

ଚଣ୍ଡୀଗଡ: କୃଷକ ବିଲକୁ ବିରୋଧ କରି ରବିବାର ପଞ୍ଜାବର ଡିଆଇଜି (ଜେଲ) ଲଖବିନ୍ଦର ସିଂ ଜାଖର ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟର ଗୃହ ସଚିବଙ୍କୁ ଦେଇଛନ୍ତି । ସମୟପୂର୍ବରୁ ଅବସର ଦେବା ପାଇଁ ମଧ୍ୟ ସେ ଏହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କୃଷକଙ୍କ ପ୍ରତି ମୋର ସମ୍ପୂର୍ଣ୍ଣ ସମର୍ଥନ ରହିଛି । ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବାରୁ ମୁଁ ତାଙ୍କ ସହ ରହିବି ।

କ୍ରୀଡା, ସାହିତ୍ୟ, ରାଜନେତାମାନେ ମଧ୍ୟ ଚାଷୀମାନଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି । ସୂଚନାଯୋଗ୍ୟ, ଜାଖର କିଛି ଦିନ ତଳେ ଲାଂଚ ନେବା ଅଭିଯୋଗରେ ସସ୍‌ପେଣ୍ଡ ହୋଇଥିଲେ । ପୂର୍ବତନ ହକି ଖେଳାଳି ପର୍ଗତ ସିଂ ସମେତ ଆଉ କେତେ ଜଣ ଖେଳାଳି ସେମାନଙ୍କ ସମ୍ମାନ ଫେରାଇବା ପାଇଁ ଚେତାବନୀ ଦେଇଛନ୍ତ ।

Leave A Reply

Your email address will not be published.