Latest Odisha News

BREAKING NEWS

କୋଇଲା ଭିତରୁ ମିଳିଲା ନିଖୋଜ ଯୁବକଙ୍କର ଶବ

ଝାରସୁଗୁଡା : କୋଇଲା ଭିତରୁ ନିଖୋଜ ଯୁବକର ଶବ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ରାଜ୍ୟର ମୂଳ ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡା ତେଲିଭଟ୍ଟା କବରସ୍ଥାନ ପଡ଼ାରେ ରହୁଥିଲା । ଗତ ୭ ତାରିଖରୁ ଯୁବକ ଜଣକ ନିଖୋଜ ହୋଇଥିବା ବେଳେ  ଗତ ୧୧ ତାରିଖରେ ନିଖୋଜ ସମ୍ପର୍କରେ ଝାରସୁଗୁଡା ସଦର ଥାନାରେ ଅଭିଯୋଗ ହୋଇଥିଲା। ନିଖୋଜ ବ୍ୟକ୍ତି ଜଣକ ହେଲେ ଏମ ଡି ଅଶ୍ରଫ ।

ଏନେଇ ପୋଲିସ ଦୁର୍ଲଗା ଠାରେ ଜେଏସପିଏଲ କାରଖାନା ପରିସରରେ ଜମା ହୋଇ ରହିଥିବା କୋଇଲା ଭିତରୁ ଯୁବକର ଶବ ଉଦ୍ଧାର କରିଛି। ଶବର ଅଧିକାଂଶ ସ୍ଥାନ ପଚିଯାଇଥିବାବେଳେ ପରିବାର ଲୋକେ ଶବଟିକୁ ଚିହ୍ନଟ କରିଛନ୍ତି। । ଏନେଇ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡା ଏସଡିପିଓ ନିର୍ମଳ ମହାପାତ୍ର।

Leave A Reply

Your email address will not be published.