Latest Odisha News

BREAKING NEWS

[ଭିଡ଼ିଓ] ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ଉଚ୍ଛେଦ

ପୁରୀ:  ଦୀର୍ଘ ଦିନର ବିବାଦର ଅବସାନ ଘଟିଛି। ବେଆଇନ୍ ଭାବେ କରାଯାଉଥିବା କୋଣାର୍କ ଚନ୍ଦ୍ରଭାଗା ନିକଟରେ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର  ଶେଷରେ ଉଚ୍ଛେଦ ହୋଇଛି । ଏହି ନିର୍ମାଣ ବେଆଇନ୍ ହୋଇଥିବା ବେଳେ ସ୍ଥାନୀୟ ଲୋକେ ବି ଏହାକୁ ବିରୋଧ କରିଆସୁଥିଲେ। ଆଜି ଶେଷର ଏହି ନିର୍ମାଣ ବନ୍ଦ କରାଯିବା ସହିତ ଉଚ୍ଛେଦ କରିଦିଆଯାଇଛି ।

ବେଆଇନ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ ପରେ ମୂର୍ତ୍ତି ସ୍ଥାନାନ୍ତରିତ କରାଯିବା ସହ ପିଣ୍ଡି ଭଙ୍ଗାଯାଇଛି । ଗୋପ ତହସିଲଦାର , ଆର ଆଇ, ଏନଏସି ନୋଡାଲ ଅଫିସର ଙ୍କ ସହ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଉଚ୍ଛେଦ କରାଯାଇଛି । ସମସ୍ତ ମୂର୍ତ୍ତିକୁ ସୁରକ୍ଷିତ ଭାବେ ନିକଟରେ ଥିବା ମହାବୀର ମନ୍ଦିରରେ ରଖାଯାଇଛି ।

ମୂର୍ତ୍ତି ରହିଥିବା ପିଣ୍ଡିକୁ ଜେସିବି ଦ୍ୱାରା ଭଙ୍ଗା ଯାଇଛି। ଓମ୍ ବାବାଙ୍କ ମୁଖ୍ୟ ସହଯୋଗୀ ମୁକେଶ ଜୈନ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର କରିବା ପାଇଁ କୋଣାର୍କ ଚନ୍ଦ୍ରଭାଗା ହାଚେରୀ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୀର୍ଘ ୩ ମାସରୁ ଅଧିକ ହେବ ଭବ୍ୟ ସୂର୍ଯ୍ୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ ।

ଏହି ଘଟଣାକୁ କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଅଞ୍ଚଳବାସୀ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ବିରୋଧ କରି ଆସୁଥିଲେ । ଦ୍ୱିତୀୟ କୋଣାର୍କକୁ ଜନ ଅସନ୍ତୋଷ ବଢ଼ିବା ପରେ ନିର୍ମାଣଧୀନ ଦ୍ୱିତୀୟ କୋଣାର୍କକୁ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ ।

Comments are closed, but trackbacks and pingbacks are open.