Latest Odisha News

BREAKING NEWS

ରଥଯାତ୍ରା ହେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଗଜପତି ମହାରାଜା

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ଛତିଶା ନିଯୋଗ ବୈଠକ ହୋଇଥିଲା । ଦୀର୍ଘ ୩ ଘଣ୍ଟା ବୈଠକ ହେବା ପରେ ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ନେଇ ମତ ପ୍ରକାଶ ପାଇଥିଲା । ପରିଚାଳାଳନା କମିଟିର ପ୍ରସ୍ତାବ ଅନୁଯାୟୀ କିପରି ବିନା ଭକ୍ତରେ ରଥଯାତ୍ରା  ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା । ପୁରୀ ଗଜପତି ମହାରାଜା ଦିବ୍ୟ ସିଂହଦେବ ଆଜି ଛତିଶା ନିଯୋଗରେ  ହୋଇଥିବା ବୈଠକରେ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ।

ଏହି ପତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆବେଗକୁ ଲକ୍ଷ୍ୟ କରି ବିନା ଭକ୍ତରେ କିପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇ ପାରିବ ସେନେଇ ସୁପ୍ରିମକୋର୍ଟରେ ସାନି ଆବେଦନ କରିବାକୁ ପୁରୀ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।

ଏହି ଚିଠିରେ ଗଜପତି ମହାରାଜ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ଅବତାର ନୁହଁନ୍ତି, ସେ ଅବତାରୀ । ପୁରୀସ୍ଥିତ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ହେଉଛି ମୂଳପୀଠ, ତେଣୁ ପୁରୀରେ ରଥଯାତ୍ରା ବନ୍ଦ ହେବା ଆଦୌ ଠିକ୍ କଥା ନୁହେଁ । ଅତୀତରେ ଅନେକ ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରଥଯାତ୍ରା ମଧ୍ୟ ବନ୍ଦ ନହୋଇଥିବା ନଜିର୍ ରହିଛି ।

ରଥଯାତ୍ରା ରେକଡର଼୍ସ ଅଫ ରାଇଟ୍ସ ଅନୁସାରେ ହେବା ଉଚିତ୍ । ଆଇନ ଅନୁଯାୟୀ ପରିଚାଳନା କମିଟି ସବୁବର୍ଷ ରଥଯାତ୍ରା କରିବେ ।

Leave A Reply

Your email address will not be published.