Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ନୂଆ ପୋର୍ଟାଲ୍ ଉନ୍ମୋଚନ କଲେ ଗଜପତି ମହାରାଜା

ପୁରୀ: ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ନୂଆ ୱେବସାଇଟ୍ ଉନ୍ମୋଚିତ କରିଛନ୍ତି ।

ନୂତନ ଭାବେ ଉନ୍ମୋଚିତ ହୋଇଥିବା ଏହି ୱେବ ସାଇଟ ହେଉଛି www.shreeJagannath.in । ଏହି ୱେବସାଇଟରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ସଂସ୍କୃତି ସମ୍ପର୍କରେ ବିଶଦ ବିବରଣୀ ସହିତ ଶ୍ରୀମନ୍ଦିରେ ପ୍ରଚଳିତ ପରମ୍ପରା, ଐତିହ୍ୟ ଏବଂ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ପର୍ବ ପର୍ବାଣି ସମ୍ପର୍କରେ ତଥ୍ୟ ରହିଛି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଏଡ଼ିଜି (ଆଇନ ଶୃଙ୍ଖଳା) ସଞ୍ଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ଶ୍ରୀମନ୍ଦିରର କେତେକ ବରିଷ୍ଠ ସେବାୟତ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.