Latest Odisha News

BREAKING NEWS

ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ୫ ଘଣ୍ଟା ସଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରାବଣ କୃଷ୍ଣ ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କ ଚିତାଲାଗି ରୀତିନିତି ପାଇଁ ବୁଧବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତମାନଙ୍କ ପାଇଁ ଆଜି ଏହି ସ୍ୱତନ୍ତ୍ର ନିତିକନ୍ତି ପାଇଁ ପାଞ୍ଚ ଘଣ୍ଟା ଲାଗି ବନ୍ଦ ରହିବ। ପ୍ରଥମ ଭୋଗମଣ୍ଡପ ଭୋଗ ସମାପ୍ତ ହେବା ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାର୍ବଜନୀନ ଦର୍ଶନ ବନ୍ଦ ରହିବ।

ଆଜିର ଅମାବାସ୍ୟା ଶ୍ରୀମନ୍ଦିର ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ମହାପ୍ରଭୁ ଆଜିର ଦିନରେ ତାଙ୍କ ମଥାରେ ପିନ୍ଧିଥାଆନ୍ତି ମୂଲ୍ୟବାନ ଚିତା ରତ୍ନପଥର । ସାରାବର୍ଷ ମହାପ୍ରଭୁ ଏହି ଚିତା ପିନ୍ଧନ୍ତି, କିନ୍ତୁ ଦେବସ୍ନାନ ପୂର୍ଣ୍ଣିମା ଦିନ ଏହି ଚିତାକୁ ଓହ୍ଲାଇ ଦିଅନ୍ତି । କିନ୍ତୁ ରତ୍ନବେଦୀକୁ ଯିବା ପରେ ଆଜି ହିଁ ସେବାୟତମାନେ ଠାକୁରଙ୍କୁ ଏହି ରାହୁରେଖା ଓ ରତ୍ନଚିତା ପିନ୍ଧାଇଥାଆନ୍ତି । ଏହି ସମୟରେ ଶ୍ରୀଜୀଉମାନଙ୍କୁ ଚିତଉ ପିଠା ଭୋଗ ଆକାରରେ ଅର୍ପଣ କରାଯାଇଥାଏ ।

Comments are closed.