Latest Odisha News

BREAKING NEWS

କାଲି ଶ୍ରୀଜିଉଙ୍କର ବନକଲାଗି ନୀତି, ସନ୍ଧ୍ୟା ୫ରୁ ୮ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିସହ ଶ୍ରୀମୁଖ ଶୃଙ୍ଗାର ହେବ । ବନକଲାଗି ନୀତି ପାଇଁ କାଲି ସଂଧ୍ୟା ୫ଟାରୁ ରାତି ୮ଟା ଯାଏ ଶ୍ରୀଜିଉଙ୍କର ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାତି ୮ଟାରେ ବନକଲାଗି ନୀତି ଶେଷ ପରେ ସ୍ୱାଭାବିକ ହେବ ସର୍ବସାଧାରଣ ଦର୍ଶନ ।

ଶ୍ରୀଜିଉଙ୍କର ବନକଲାଗି ଏକ ଗୁପ୍ତ ସେବା । ଏଥିପାଇଁ ପ୍ରାୟ ୩ ଘଣ୍ଟା ଧରି ଏହି ନୀତି ଗୋପନରେ ଚାଲିବ । ଦତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।

ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂହାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ରଙ୍ଗରେ ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁର, ଦେବୀ ସୁଭ୍ରଦା ଓ ଚକ୍ରରାଜ ସୁଦର୍ଶନ ଝଲସି ଉଠିବେ ।

Comments are closed, but trackbacks and pingbacks are open.