ପୁରୀ: ସୋମବାର ଦିନ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଘଣ୍ଟା ପାଇଁ ସାର୍ବଜନୀନ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରବିବାର ଏନେଇ ସୂଚନା ଦେଇଛି। ତଦନୁଯାୟୀ, ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଗର୍ଭଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
ଶ୍ରାବଣ ମାସର ଶୁକ୍ଲ ପକ୍ଷର ପଞ୍ଚମ ଦିନ ଶ୍ରାବଣ ଶୁକ୍ଳ ପଞ୍ଚମୀ ଅବସରରେ ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସମାପ୍ତ ହେବା ପରେ ଏହି ସ୍ୱତନ୍ତ୍ର ନିତିକାନ୍ତିି କରାଯିବ।


Comments are closed.