Latest Odisha News

BREAKING NEWS

Heavy Rainfall: ଏହି ଜିଲ୍ଲାକୁ ରେଡ୍ ଆଲର୍ଟ;ଆସନ୍ତାକାଲି ସମସ୍ତ ସ୍କୁଲ୍,କଲେଜ, ଅଙ୍ଗନବାଡ଼ି ବନ୍ଦ

କେନ୍ଦୁଝର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିବା ପରେ କେନ୍ଦୁଝର ଜିଲ୍ଲାପାଳ ସୋମବାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ,କଲେଜକ ସହିତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି। ଏପରିକି ଯୋଡ଼ା ବ୍ଲକ୍‌ରେ ହେବାକୁ ଥିବା ଅଭିଯୋଗ ଶୁଣାଣି ମଧ୍ୟ ସ୍ଥଗିତ କରାଯାଇଛି।

ଏହା ସହିତ ଅଧିକାରୀମାନଙ୍କୁ ନିଜ କାର୍ଯ୍ୟାଳୟ ଛାଡି ଛୁଟିରେ ନଯିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।

ପ୍ରବଳ ବର୍ଷା ଯୋଗୁ ବନ୍ୟାକୁ ସମ୍ମୁଖୀନ କରୁଥିବା ଲୋକଙ୍କୁ ପ୍ରଶାସନ ସତର୍କ କରାଉଛି । ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ,କେଉଁଝର ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ରେଡ୍ ଆଲର୍ଟ।

Comments are closed.