ପୁରୀ: ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ଆରମ୍ଭ ହେବ। ଅପରାହ୍ନ ୩ଟା ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି କରାଯିବ।
ତେବେ ମଧ୍ୟାହ୍ନ ଧୂପ ପରେ ରତ୍ନଭଣ୍ଡାର ଗଣତି ପାଇଁ ଟିମ୍ ବାହାରିବ ଏବଂ ସଂଧ୍ୟା ଆଳତି ଶେଷ ପର୍ଯ୍ୟନ୍ତ ଗଣତି ଚାଲିବ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ ଦୁଇଦିନ ଧରି ଗଣତି ପ୍ରକ୍ରିୟା ଚାଲିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା।
ଅପରପକ୍ଷରେ ଆଜିଠାରୁ ଗଣତି କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଆଜି ଅପରାହ୍ନ ୪ଟାରୁ ସଂଧ୍ୟା ଧୂପ ସରିବା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।