Latest Odisha News

BREAKING NEWS

ଅଜବ ‘ATM’: ଟଙ୍କା ନୁହେଁ, ଏଠୁ ମିଳୁଛି ହେୟାର କଟିଂ ଓ ସେଭିଂ ସୁବିଧା

ଦାନାପୁର: ଏମିତି ଏକ ଏଟିଏମ୍ (ATM) ବିଷୟରେ କେବେ ଶୁଣିଛନ୍ତି, ଯେଉଁଠୁ ଟଙ୍କା ବଦଳରେ ସେବା ମିଳେ? ବିହାରର ଦାନାପୁରରେ ଏବେ ଏମିତି ଏକ ଅଭିନବ ଏଟିଏମ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଏଟିଏମରୁ ଟଙ୍କା ବାହାରୁନି, ବରଂ ଏଠାରେ ଲୋକଙ୍କର ଚୁଟି କଟାଯାଉଛି ଓ ଦାଢ଼ି ତିଆରି କରାଯାଉଛି।

ଆଜ୍ଞା ହଁ, ଏହି ଅଜବ ମେସିନର ନାଁ ରଖାଯାଇଛି ‘ଏନି ଟାଇମ ବାର୍ବର’ (Any Time Barber)। ସାଧାରଣ ଏଟିଏମ୍ ଭଳି ଦେଖାଯାଉଥିବା ଏହି କ୍ୟାବିନ ଭିତରେ ସେଲୁନ୍‌ର ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ସବୁଠାରୁ ବଡ଼ କଥା ହେଉଛି, ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଡିଜିଟାଲ୍ ପେମେଣ୍ଟ ଆଧାରିତ।

ଗ୍ରାହକମାନେ ଏଠାକୁ ଆସି ନିଜ ମନପସନ୍ଦର ସେବା ବାଛିଥାନ୍ତି। ଏହାପରେ ସେଲୁନ୍ ବାହାରେ ଥିବା କ୍ୟୁଆର୍ କୋଡ୍ ସ୍କାନ କରି ଟଙ୍କା ଦେବାକୁ ପଡ଼େ। ଟଙ୍କା ପଇଠ ହେବା ମାତ୍ରେ କ୍ୟାବିନର କବାଟ ଖୋଲିଯାଏ ଏବଂ ଭିତରେ ଥିବା କର୍ମଚାରୀ ଆପଣଙ୍କୁ ସେବା ଯୋଗାଇ ଦିଅନ୍ତି।

ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ ଏହି ନୂଆ କନସେପ୍ଟକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ରାସ୍ତା କଡ଼ରେ ଏପରି ଚମତ୍କାର ଏଟିଏମ୍ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। କମ୍ ସମୟ ମଧ୍ୟରେ ଏବଂ ସମ୍ପୂର୍ଣ୍ଣ ନିଟ୍ ଆଣ୍ଡ କ୍ଲିନ୍ ପରିବେଶରେ ହେୟାର କଟିଂ ସୁବିଧା ମିଳୁଥିବାରୁ ଏହା ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Comments are closed.