Latest Odisha News

BREAKING NEWS

୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ: ଅନ୍ଧାରରେ ରହିଲା ଶ୍ରୀମନ୍ଦିର । ଆଜି (ବୁଧବାର) ରାତିରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା । ହଠାତ୍ ବିଦ୍ୟୁତ୍ ଚାଲିଯିବାରୁ ଶ୍ରୀମନ୍ଦିରରେ କାମ କରିନଥିଲା ପାୱାର ବ୍ୟାକଅପ୍ ବ୍ୟବସ୍ଥା । ଫଳରେ ଅନ୍ଧକାର ମଧ୍ୟରେ ଯାତାୟତ କରିଥିଲେ ଭକ୍ତ ମାନେ ।

ତେବେ କେବଳ ମିନି ଇନଭର୍ଟରରେ କିଛି ଅଞ୍ଚଳ ଆଲୋକିତ ରହିଥିଲା । ପାୱାର ଟ୍ରିପ୍ ଯୋଗୁଁ ସମସ୍ୟା ହୋଇଥିଲା ବୋଲି କହିଛନ୍ତି ମନ୍ଦିର ଉନ୍ନୟନ ପ୍ରଶାସକ ।  ଅନ୍ଧାର ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ ।

 

Leave A Reply

Your email address will not be published.