Latest Odisha News

BREAKING NEWS

ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ସଠିକ୍ ନିର୍ଣ୍ଣୟ ସହ ମାର୍ଗ ପ୍ରସ୍ତୁତ କରନ୍ତୁ: ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ତାଙ୍କର ଶୁଣାଣି ପ୍ରଦାନ କରିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଏସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାନେଇ ଶୁଣାଣି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କର ରାୟ ପ୍ରକାଶ କରିବା ପୂର୍ବରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣ କରିବାର ଥିଲା । ସୁପ୍ରିମକୋର୍ଟ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ଓ ପରାମର୍ଶ ମଧ୍ୟ ଗ୍ରହଣ କରିବା କଥା । ତେଣୁ ଉଚ୍ଚତମ ନ୍ୟାୟାଳୟ ରଥଯାତ୍ରା ହେବାନେଇ ସଠିକ୍ ନିର୍ଣ୍ଣୟ ସହିତ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ।

ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଭାବାବେଗ ସହିତ ସଂପୃକ୍ତ । କୌଣସି ଧର୍ମୀୟ ସ୍ଥାନର ଯେକୌଣସି ପର୍ବ ବା ଉତ୍ସବ ସମ୍ପର୍କରେ କୌଣସି ରାୟ ନିର୍ଣ୍ଣୟ କରିବା ପୂର୍ବରୁ ସଂପୃକ୍ତ ଧର୍ମୀୟ ସ୍ଥାନ ଗୁଡ଼ିକର ମୁଖ୍ୟମାନଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଏହା କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।

Leave A Reply

Your email address will not be published.