Latest Odisha News

BREAKING NEWS

ଆଜିଠୁ ଦୁଇ ଦିନ ଲାଗି ମିଳିବନି ଜଗା ଦର୍ଶନ

ପୁରୀ: ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ଼୍ ଗାଇଡ଼ଲାଇନ୍ ଅନୁଯାୟୀ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସରକୁ ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରଖାଯାଇଛି। ସୋମବାର ପଞ୍ଚୁକର ପ୍ରଥମ ଦିନ ଆରମ୍ଭ ହେଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଭିଡ଼ ଆଶଙ୍କାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି।

ସୋମବାର ବଡ଼ ଏକାଦଶୀ ଓ ପହିଲି ପଞ୍ଚୁକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ହେଲେ ଭକ୍ତଙ୍କ ପାଇଁ କଟକଣା ଥିବାରୁ ଦର୍ଶନରୁ ବଞ୍ଚିତ ହେବେ।ମାତ୍ର ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.