Latest Odisha News

BREAKING NEWS

ଶିଶୁ କବିତା : ଆସିଲାଣି ଶୀତ

ପ୍ରତିଭା ସାହୁ 

ପାହାଡକୁ ଛୁଇଁ ଆସିଲାଣି ଧିରେ
ଘନ କୁହୁଡ଼ିରେ ଶୀତ
ପାଚିଲା ଧାନକୁ ଦେଖି ଦେଇ ଚାଷୀ
ଖୁସିରେ ଗାଉଛି ଗୀତ ।।

ଘାସ ପତରରୁ ଶିଶିର ମୁକୁତା
ଟୋପା ଟୋପା ଝରୁଅଛି
ସୁନେଲି ସୂରୁଜ ସୋରିଷ ଫୁଲରେ
କିରଣ ଢାଳି ହସୁଛି ।।

ଶୀତର ପୋଷାକ ଖୋଜା ପଡିଲାଣି
ସୁଏଟର ମଫଲର
ଜାକେଟ୍ ଟୋପି କମ୍ବଳ ଚାଦର
ସଭିଙ୍କର ଦରକାର ।।

ହଳଦିଆ ଗେଣ୍ଡୁ ଫୁଟି ବାସିଲାଣି
ସାରା ଘର ଅଗଣାରେ
ଛନ ଛନ ଦିଶେ ସଵୁଜ ପରିଵା
ଗାଆଁ ଵାଡି ବଗିଚାରେ ।।

ଦିନଟା ଅଳପ ରାତି ହୁଏ ବଡ
ମାଡି ଆସେ ସଞ୍ଜ ଧିରେ
ଛ୍ଅ ଋତୁ ମଧ୍ୟେ ଶୀତ ଯେ ନିଆରା
ଖୁସିର ସମ୍ଭାର ଝରେ ।।

ବଇଣ୍ଡା, ଅନୁଗୋଳ

Leave A Reply

Your email address will not be published.