Latest Odisha News

୧୬ରୁ ସ୍ବର୍ଗଦ୍ବାରରେ ହୋଇପାରିବ ବାହାର ଜିଲ୍ଲାର ଶବଦାହ

ପୁରୀ : ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ପୁରୀ ସ୍ବର୍ଗ ଦ୍ବାର । କଟକଣା ହଟିବା ପରେ ଏବେ ବାହାର ଜିଲ୍ଲାର ଲୋକ ପୁରୀ ସ୍ବର୍ଗ ଦ୍ବାରରେ କରିପାରିବେ ଶବଦାହ । ହେଲେ ଏହି ସମୟରେ କୋଭିଡ କଟକଣାକୁ କଡାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

କଟକଣା ଅନୁସାରେ, ସର୍ବାଧିକ ୧୦ ଜଣ ଲୋକଙ୍କୁ ଶବଦାହ ପାଇଁ ଅନୁମତି ଦିଆଯିବ । ଏହାସହ ମୃତକଙ୍କ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକ । ଏପ୍ରିଲ ମାସରୁ ପୁରୀ ସ୍ବର୍ଗଦ୍ବାରରେ କରୋନା କାରଣରୁ ଶବଦାହ ଉପରେ କଟକଣା ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ । ଏବେ ମାମଲା ହ୍ରାସ ପାଇଥିବାରୁ ସ୍ବର୍ଗଦ୍ବାରରେ ଏଣିକି ଶବଦାହ କରିବାକୁ ବାହାର ଜିଲ୍ଲାର ଲୋକଙ୍କୁ ଅନୁମତି ଦେଇଛି ପ୍ରଶାସନ ।

Leave A Reply

Your email address will not be published.