Latest Odisha News

BREAKING NEWS

କାଗଜ କଲମରେ ସୀମିତ ପ୍ରତିଶୃତି; ପୁସ୍ତମ ହଂସ ଙ୍କ ପରିବାର ପାଇଁ ସ୍ୱପ୍ନ ପାଲଟିଛି ପକ୍କା ଘର

ନୂଆପଡା: ଆବାସ ଯୋଜନାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଦେଶର ବିକାଶ କ୍ଷେତ୍ରରେ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି । ଝାଟି ମାଟି ଭଙ୍ଗା କୁଡିଆକୁ ପକ୍କା ଘରରେ ପରିବର୍ତ୍ତନ କରାଯିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବାବେବିର ପଞ୍ଚାୟତର ଖଇରଭାଡ଼ି ଗାଁ ରେ ।

ଏହି ଗାଁରେ ଦିନ ମଜୁରୀ କରି ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ପୁସ୍ତମ ହଂସ ଙ୍କ ପରିବାର । ପୁସ୍ତମ ହଂସ ଙ୍କ ପରିବାର କହିଲେ ସ୍ତ୍ରୀ ତିଳେ ହଂସ ଓ ଚାରି ପୁଅଝିଅ ଙ୍କ ର ହସ ଖୁସି ର ପରିବାର । ତାଙ୍କ ନିଜ ମାଟି ଘର ଭାଙ୍ଗି ଯିବାରୁ ଆଜକୁ ୧୦ ବର୍ଷ ହେବ ଏକ ପରିତ୍ୟକ୍ତ ଜାଗାରେ ଚାରି ଖଣ୍ଡ କାଠରେ ଜରି ପଲିଥିନ ଦେଇ ପରିବାର ରହି ଆସୁଛନ୍ତି ।

ପୁସ୍ତମ ହଂସ ଙ୍କ ର ଜମିବାଡ଼ି ବୋଲି କହିଲେ ମାତ୍ର କିଛି ଚାଷ ଜମି, ଏଥିରେ ଛଅ କୁଟୁମ୍ଭ ପୋଷିବା ପୁସ୍ତମଙ୍କ ପାଇଁ କାଠିକର ପାଠ । ନିଜେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ବର୍ଷ ହେବ ଗୋଟେ ଝିଅ ଦାଦନ ଯିବାକୁ ବାଧ୍ୟ ହୋଇଛି । ଅପରପକ୍ଷରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖି ଜୀବନ କାଟୁଥିବା ଅତି ଦୁଃଖ ର ସହ ପୁସ୍ତମ ଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି ।

ଆଜକୁ ୧୦ ବର୍ଷ ହେବ ପଂଚାୟତ ସରପଞ୍ଚଙ୍କ ଠାରୁ ନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇ ଘର ଖଣ୍ଡିକ ପାଇଁ ଆକୁଳ ନିବେଦନ କରିଥିଲେ ହେଁ କେବଳ ପ୍ରତିଶ୍ରୁତି ହିଁ ମିଳିଛି । ନେତା ଠାରୁ ସରକାରୀ ଵାବୁ ତା ସାଙ୍ଗକୁ ସାମ୍ବାଦିକ ଫଟୋ ଭିଡିଓ କରିବା ହିଁ ଏକ ଇତିହାସ ପାଲଟିଛି । ହେଲେ ଘର ମିଳିବା ତ ଦୂରର କଥା, ତାଙ୍କ ନାମ ପଞ୍ଜିକରଣ ମଧ୍ୟ ହୋଇପାରିନାହିଁ ।

ଏହି ପରିବାରର ଦୁଃଖ କୁ ନେଇ ଗ୍ରାମବାସୀ ମଧ୍ୟ ଅନେକ ବାର ପ୍ରଶାସନ କୁ ନିବେଦନ କରିଥିଲେ ହେଁ କିଏ କର୍ଣ୍ଣପାତ କରୁନଥିବା ପଡୋଶୀ କହିଛନ୍ତି । ତୁରନ୍ତ ଏହି ପରିବାରକୁ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନାରେ ସାମିଲ କରି ଘର ଖଣ୍ଡିକ ପ୍ରଦାନ ପାଇଁ ଗ୍ରାମବାସୀ କହୁଥିବା ବେଳେ, ଏହି ଖବର ଆମ ପାଖରେ ନାହିଁ ଆପଣ ମାନଙ୍କ ମାଧ୍ୟମରେ ଶୁଣିଛୁ ତଦନ୍ତ କରି ଉଚିତ୍ ପଦକ୍ଷେପ ନିଆଯିବ ବୋଲି ବୋଡେ଼ନ ବିଡ଼ିଓ ପ୍ରିୟରଞ୍ଜନ କୁମ୍ଭାର କହିଛନ୍ତି ।

ବୋଡେ଼ନ ବ୍ଳକରେ ଆବାସ ଯୋଜନା ବାଟ ମାରଣା ହେଉଥିବା ଭଳି ମନେ ହେଉଥିବା ବେଳେ ଏଥିରେ ସରକାରୀ ବାବୁ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ହାତ ଥିବା ଅଭିଯୋଗ ହୋଇଛି । ଥିଲା ଵାଲା ଲୋକେ ଘର ପାଉଥିବା ବେଳେ ଯୋଗ୍ୟହିତାଧୀକାରୀ ବାଦ୍ ପଡୁଛନ୍ତି । ତାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ପୁସ୍ତମ ହଂସ । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଇ ପୁସ୍ତମ ହଂସ କୁ ଘର ଖଣ୍ଡିକ ଯୋଗାଇଦେବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.