Latest Odisha News

BREAKING NEWS

୪୨ ବର୍ଷ ବୟସରେ ପାଦ ଦେଲେ ଅଲ୍ଲୁ, ଜନ୍ମ ଦିନରେ ରିଲିଜ୍ ହେଲା ଫିଲ୍ମ ପୁଷ୍ପା-୨ର ଟିଜର୍

ହାଇଦ୍ରାବାଦ: ଆଜି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିନ । ୪୨ ବର୍ଷ ବୟସରେ ପାଦ ଥାପିଲେ ଅଲ୍ଲୁ ଅର୍ଜୁନ । ଅଭିନେତାଙ୍କ ଜନ୍ମ ଦିନରେ ବନ୍ଧୁ ମାନଙ୍କ ସହ ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ଅଲ୍ଲୁ । ସବୁବେଳେ ନିଜ ଷ୍ଟାଇଲିସ୍‌‌ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅଲ୍ଲୁ ।

ସୁପରଷ୍ଟାର ଅଲୁ ଅର୍ଜ୍ଜୁନଙ୍କ ଜନ୍ମଦିନରେ ରିଲିଜ ହୋଇଛି ପୁଷ୍ପା-୨ ଫିଲ୍ମର ଟିଜର । ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି । ମୁହଁରେ ନାଲି ନୀଳ ରଙ୍ଗର ମେକଅପ ନେବା ସହ ଶାଢୀ ପିନ୍ଧିବାର ନଜର ଆସିଛନ୍ତି । ଏହାସହ ବେକରେ ଫୁଲ ହାର ଓ ଲେମ୍ବୁ ମାଳ ପକାଇ ରାଓଡି ଲୁକ ଦେଇଛନ୍ତି । ଏହା ସହ ଟିଜରରେ ସେ ଦମଦାର ଫାଇଟ୍ କରୁଥିବାର ଦେଖିବାକୁ ମିଳୁଛି ।

ରିଲିଜ ହେବାର ୧୭ ମିନିଟ ମଧ୍ୟରେ ଏହି ଟିଜରକୁ ୧୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଚଳଚ୍ଚିତ୍ର ଅଗଷ୍ଟ ୧୫ ତାରିଖରେ ବଡ ପରଦାକୁ ଆସିବ ।

ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରର ପ୍ରାରମ୍ଭିକ ଯାତ୍ରା ପୁଷ୍ପା: ଦ ରାଇଜରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ ଧୀରେ ଧୀରେ ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ଅଭିନେତା ପୁଷ୍ପା ୨ରେ ଶତ୍ରୁମାନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ ।

ପୁଷ୍ପା ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଖାସକରି ଅଲ୍ଲୁ ଅର୍ଜୁନଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା । ସଭିଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା ପୁଷ୍ପାର ଫେମସ ଡାଇଲଗ ‘ଝୁକେଗା ନେହିଁ ଶାଲା’ । ଏବେ ପୁଣି ଅଢେଇ ବର୍ଷ ପରେ ପୁଷ୍ପା-୨ ଫିଲ୍ମର ଟିଜର ରିଲିଜ ହୋଇଛି ।

Leave A Reply

Your email address will not be published.