Latest Odisha News

BREAKING NEWS

ରୁଷିଆର ରସିଚ ସେନା: କାନ କାଟି ଦିଅନ୍ତି, ପୋଡା ମଣିଷ ମାଂସ ଗନ୍ଧ ସେମାନଙ୍କୁ ଭଲ ଲାଗେ !

ମସ୍କୋ: ୟୁକ୍ରେନକୁ କବଜା କରିବା ପାଇଁ ରୁଷ କ୍ରମାଗତ ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ଯୁଦ୍ଧର ୪୨ ଦିନ ବିତି ଯାଇଥିଲେ ମଧ୍ୟ ରୁଷ ହାତରେ କିଛି ଲାଗିନି । ୟୁକ୍ରେନବାସୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ରୁଷ ସେମାନଙ୍କର ସବୁଠାରୁ ନିଷ୍ଠୁର ସେନା ରସିଚଙ୍କୁ ନିୟୋଜିତ କରିଛନ୍ତି । ଏହି ସେନା ଲୋକଙ୍କୁ ମାରିବା ପରେ ସେମାନଙ୍କ କାନ କାଟି ଦିଅନ୍ତି । ଆଉ ପୋଡା ମଣିଷ ମାଂସର ଗନ୍ଧ ସେମାନଙ୍କୁ ଭଲ ଲାଗେ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ୨୦୧୪ରେ ଏହି ଗ୍ରୁପ ତିଆରି କରା ଯାଇଥିଲା । ଏହି ସେନା ଗଢ଼ିବାରେ ପ୍ୟାରାଟ୍ରୁପର ଆଲେକ୍ସି ମିଲିଚକୋଭ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରୁଷ ବିଦ୍ରୋହୀ ଓ ୟୁକ୍ରେନ ସେନା ମଧ୍ୟରେ ସେ ସମୟରେ ଯୁଦ୍ଧ ବେଳେ ସେମାନଙ୍କୁ ନିୟୋଜିତ କରାଯାଇଥିଲା ।

ଦି ସନର ରିପୋର୍ଟ ଅନୁସାରେ ରସିଚ ଗ୍ରୁପ କ୍ରେମଲିନ ସମର୍ଥୀତ ଓ୍ୟାଗନର ଗ୍ରୁପ ସହ ଜଡିତ । ରୁଷ ସେନାର ପୂର୍ବତନ ଲେଫଟନାଟ ଓ ଗୋଇନ୍ଦା ସଂସ୍ଥା ଜିଆରୟୁର ମୁଖ୍ୟ ଦିମିତ୍ରି ଉକ୍ତିନ ୱାଗନର ଗ୍ରୂପ ଗଠନ କରିଥିଲେ । ଏମାନେ ଗୁପ୍ତ ଭାବେ ରୁଷ ସେନା ସହ କାର୍ଯ୍ୟ କରିଥାନ୍ତି । ଲିବିୟା, ସିରିୟା, ମୋଜାମ୍ବିକ, ମାଳୀ,ସୁଡାନ ଓ ମଧ୍ୟ ଆଫ୍ରିକାରେ ଉପୁଜିଥିବା ସିଭିଲ ୱାରରେ ଏହି ଗ୍ରୁପ ଅଂଶ ବିଶେଷ ରହିଥିଲା । ଯେଉଁଠାରେ ସେନା କାର୍ଯ୍ୟ କରିପାରିବ ନାହିଁ ସେଠାରେ ଏହି ଗୋଇନ୍ଦା ସଂସ୍ଥାକୁ ରୁଷ କାର୍ଯ୍ୟରେ ଲଗାଇଥାଏ ।

Leave A Reply

Your email address will not be published.