Latest Odisha News

BREAKING NEWS

ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପୂର୍ବାହ୍ନରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା।

ଏହାଛଡ଼ା ନୋଜଲ-ଲେସ ବୁଷ୍ଟର ଯୋଗୁ ସଂଖ୍ୟାଧିକ ରାମଜେଟ୍ ଅପରେସନ ସହ ତାଳମେଳ ସ୍ଥାପନ କରିବାରେ ସହାୟତା ମିଳିପାରିବ। ଆଇଟିଆର ଦ୍ୱାରା ନିୟୋଜିତ ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ପରି ଅନେକ ରେଞ୍ଜ ଉପକରଣ ଦ୍ୱାରା ଧରାଯାଇଥିବା ତଥ୍ୟରୁ ସିଷ୍ଟମର କାର୍ଯ୍ୟଦକ୍ଷତା ନିଶ୍ଚିତ ହୋଇଛି। କ୍ଷେପଣାସ୍ତ୍ରର ପ୍ରଦର୍ଶନକୁ ଆଇଟିଆର ପକ୍ଷରୁ ନିୟୋଜିତ ଇଲେକ୍ଟ୍ରୋ ଅପ୍ଟିକାଲ, ରାଡାର ଓ ଟେଲିମେଟ୍ରି ଉପକରଣ ସହାୟତାରେ ନିରୀକ୍ଷଣ କରାଯାଇଥିଲା। ଏହା ମିଶନ ଲକ୍ଷ୍ୟର ସଫଳତାକୁ ସୁନିଶ୍ଚିତ କରିଥିଲା।
Leave A Reply

Your email address will not be published.