Latest Odisha News

BREAKING NEWS

କୋଭିଡ ମୃତ୍ୟୁର ଆର୍ଥିକ ସହାୟତା ପାଇଁ ମେ ୨୮ ସୁଦ୍ଧା ଆବେଦନ, ମିଳିବ ୫୦ ହଜାର

ଅନଲାଇନରେ caps.odisha.gov.in ୱେବସାଇଟ ଜରିଆରେ ଆବେଦନ କରାଯିବ

ଭୁବନେଶ୍ୱର: କୋଭିଡ ଜନିତ ମୃତ୍ୟୁ ପାଇଁ ସରକାରଙ୍କ ପକ୍ଷରୁ ଆତ୍ମୀୟ ସ୍ୱଜନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫୦ ହଜାର ଟଙ୍କାର ଏହି ସହାୟତା ସକାଶେ ଆବେଦନ ପ୍ରକ୍ରିୟା ଦୁଇ ପ୍ରକାର ରହିଛି । ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ମୃତକଙ୍କ ସଂପର୍କୀୟ ଆବେଦନ କରିପାରିବେ ।

ଅନଲାଇନରେ caps.odisha.gov.in ୱେବସାଇଟ ଜରିଆରେ ଆବେଦନ କରାଯିବ । ଅଫଲାଇନରେ ଜିଲ୍ଲାପାଳଙ୍କ ଅଫିସରେ ଆବେଦନ କରିବାକୁ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

୨୦ ମାର୍ଚ୍ଚ ୨୦୨୨ ସୁଦ୍ଧା ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସଂପର୍କୀୟ ଆସନ୍ତା ମେ ୨୮ ଭିତରେ ଆବେଦନ କରିବେ । ଭବିଷ୍ୟତ ଅଘଟଣ ପାଇଁ ମୃତ୍ୟୁର ୯୦ ଦିନ ମଧ୍ୟରେ ସହାୟତା ଆବେଦନ କରିପାରିବେ ।
କୌଣସି ଅସୁବିଧା ଯୋଗୁଁ ଯଦି ଧାର୍ଯ୍ୟ ତାରିଖରୁ ଅଧିକ ବିଳମ୍ବ ହୁଏ । ତେବେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଗଠନ ହୋଇଥିବା ଅଭିଯୋଗ ଶୁଣାଣି କମିଟି ନିକଟରେ ମଧ୍ୟ ଦରଖାସ୍ତ ଆବେଦନ କରିହେବ ବୋଲି ସୂଚନା ଦିଆଯାଇଛି । ଆବେଦନର ୩୦ ଦିନ ମଧ୍ୟରେ ଏହି ଅର୍ଥ ରାଶି ଯୋଗାଇ ଦେବାକୁ ସ୍ଥିର କରାଯାଇଛି ।

ଆବଶ୍ୟକସ୍ଥଳେ ଦେୟମୁକ୍ତ ହେଲ୍ପଲାଇନ ନମ୍ବର ୧୫୫୩୫ରେ ଯୋଗାଯୋଗ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.