Latest Odisha News

BREAKING NEWS

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି, ମୁତୟନ ‌ହେବ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ବିଧାନସଭା ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି ଅଭୟ । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଯୋଗାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ‌ହେବେ ବୋଲି ସୂଚନା ରହିଛି। 

ପୂର୍ବ ଥର ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ବିଧାନସଭା ସମ୍ମୁଖରେ କିଛି ଲୋକ ଆତ୍ମାହୁତି ଉଦ୍ୟମ କରିଥିଲେ। ଚଳିତ ଅଧିବେଶନ କାଳରେ ସେ ପ୍ରତି ଧ୍ୟାନ ଦିଆଯିବ । ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଆ‌ଖପାଖ କିଛି ରାସ୍ତାକୁ ବନ୍ଦ କରାଯିବ ବୋଲି ସୂଚନା ରହିଛି।

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ ସମୟରେ ପୋଲିସ ଡିଜିଙ୍କ ସହ ପୋଲିସ‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନି‌ର୍ଦ୍ଦେଶକ ଆର୍.କେ ଶର୍ମା, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଆଇନ ଶୃଙ୍ଖଳା ଏଡିଜି ଜସବନ୍ତ ଜେଠୱା, ଡିସିପି ଉମାଶଙ୍କର ଦାସଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.