Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ରାଜପଥରେ ଗଡିଲା ଓଡିଶାର ରୁକୁଣା ରଥ

ନୂଆଦିଲ୍ଲୀ: ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ନୂୂଆଦିଲ୍ଲୀର ରାଜପଥରେ ପ୍ୟାରେଡ୍ ବେଳେ ଶୋଭାବର୍ଦ୍ଧନ କରିଛି ଓଡିଶାର ରୁକୁଣା ରଥ ।

ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଗାଥା ବଖାଣୁଥିବା ଏହି ପ୍ରଜ୍ଞାପନ ମେଢ଼କୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ରୁକୁଣା ରଥ ରହିଥିବା ବେଳେ ଏଥିରେ ଘଂଟଘଂଟା, ମାର୍ଦ୍ଦଳ ସହ ଶ୍ଲୋକ ପରିବେଷଣ କରାଯିବ । ମଧ୍ୟଭାଗରେ ଶିବଙ୍କ ବାହାନ ‘ନନ୍ଦି’କୁ ସ୍ଥାନ ଦିଆଯାଇଛି । ଶେଷ ଭାଗରେ ଲିଙ୍ଗରାଜ ମନ୍ଦିର, ଯଜ୍ଞଶାଳା, ନାଟ ମଣ୍ଡପ, ଭୋଗ ମଣ୍ଡପ ଏବଂ ଗର୍ଭଗୃହକୁ ପ୍ରଦର୍ଶିତ କରାଯାଇଛି ।

୧୧ ଶତାବ୍ଦୀର ଲିଙ୍ଗରାଜ ମନ୍ଦିରର ପ୍ରତିକୃତି ସହ ଦୁଇ ପାଶ୍ୱର୍ରେ ୩୦ ଜଣ ନୃତ୍ୟଶିଳ୍ପୀ ‘ଶିବ ସ୍ତୁତି’ ପରିବେଷଣ କରୁଥିବା ନଜର ଆସିଛନ୍ତି ।

ପ୍ରାୟ ୧୬ ଫୁଟ୍ ଉଚ୍ଚ, ୧୪ ଫୁଟ ଚଉଡା ଓ ୪୫ ଫୁଟ୍ ଲମ୍ବ ବିଶିଷ୍ଟ ଏହି ପ୍ରଜ୍ଞାପନ ମେଢକୁ ପାଖାପାଖି ୨୫ କଳାକାର ନିର୍ମାଣ କରିଥିଲେ । ଯେଉଁଥିରେ ଭୁବନେଶ୍ୱରସ୍ଥିତ ବିକେ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟର ୧୮ ଜଣ ଛାତ୍ରଛାତ୍ରୀ ସାମିଲ ରହିଥିଲେ ।

Leave A Reply

Your email address will not be published.