Latest Odisha News

ମା’ ହେଲେ ରାଧିକା ଆପ୍ଟେ , ସପ୍ତାହେ ପରେ ବେବି ସହ କଲେ ଫଟୋ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କ ନବଜାତ ଶିଶୁ ସହିତ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ରାଧିକା ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ଲାଇମଲାଇଟ୍ ଠାରୁ ଦୂରେଇ ରଖିଛନ୍ତି, ସେଥିପାଇଁ ତାଙ୍କ ସନ୍ତାନର ଜନ୍ମ ବିଷୟରେ କେହି ଜାଣି ନଥିଲେ । ଅଭିନେତ୍ରୀ ନିଜେ ଏବେ ସମସ୍ତଙ୍କୁ ଜଣାଇଛନ୍ତି ।

ରାଧିକା  ଏକ ସପ୍ତାହ ପରେ ନବଜାତ ଶିଶୁର ଫଟୋ ଦେଖାଇଛନ୍ତି | ଅକ୍ଟୋବରରେ ସେ ଗର୍ଭବତୀ ଥିବାର ଫ୍ୟାନ୍ସମାନଙ୍କୁ ଜଣାଇଥିଲେ। ରାଧିକା ଏବଂ ବେନେଡିକ୍ଟ ଗତ ସପ୍ତାହରେ ସେମାନଙ୍କର ପ୍ରଥମ ସନ୍ତାନର ସ୍ୱାଗତ କରିଛନ୍ତି ଏବଂ ବର୍ତ୍ତମାନ ଏକ ସପ୍ତାହ ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। ସୋସିଆଲ ମିଡିଆରେ ନିଜର ଝିଅ ସହ ଫଟୋ ସେୟାର କରିଛନ୍ତି ।

ଡିସେମ୍ବର ୧୩ରେ, ରାଧିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଓ ସେ କ୍ୟାପସନ୍ ଲେଖିଥିଲେ, ‘ମୋ ପିଲା ଜନ୍ମ ହେବାର ଏକ ସପ୍ତାହ ପରେ ପ୍ରଥମ ଓ୍ବାର୍କ ମିଟିଂ’ ।ଫ୍ୟାନ୍ସମାନେ ତାଙ୍କୁ ସ୍ନେହପୂର୍ଣ୍ଣ ଶୁଭେଚ୍ଛା ଦେଇଥିବାର ପୋଷ୍ଟରେ ଦେଖିବାକୁ ମିଳିଛି ।

ରାଧିକା ଆପ୍ଟେ ବେନେଡିକ୍ଟଙ୍କୁ ୨୦୧୨ରେ ବିବାହ କରିଥିଲେ। ସେମାନଙ୍କର ପ୍ରଥମ ସାକ୍ଷାତ ୨୦୧୧ ରେ ହୋଇଥିଲା |

 

Comments are closed.