Latest Odisha News

BREAKING NEWS

ଆରମ୍ଭ ହେଲା ‘ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ’

ଭୁବନେଶ୍ୱର: ଉତ୍ତରପ୍ରଦେଶ ମେଡ଼ିକାଲ କଲେଜ ଓ ଓଡ଼ିଶାର ବୁର୍ଲାସ୍ଥିତ ଠଝଝଟଞ ରେ ନବାଗତ ଛାତ୍ରମାନଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଓ ବର୍ବରୋଚିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ‘ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ’ ସଙ୍ଗଠନ ଏହାର ଦୃଢ଼ ପ୍ରତିବାଦ କରିବା ସହ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ କରିଛି ।

ଭୁବନେଶ୍ୱରସ୍ଥିତ ମହାତ୍ମାଗାନ୍ଧୀ ପାର୍କରେ ସଙ୍ଗଠନର ଆବାହକ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ନୀରବ ପ୍ରତିବାଦ କରାଯିବା ସହ ସଚେତନତା ଓ ଶପଥ ପାଠ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରମୁଖ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମାଜିକ କର୍ମୀ ଓ ଛାତ୍ର ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିବା ସହ ଘଟଣା ଗୁଡ଼ିକର ତୀବ୍ର ନିନ୍ଦା କରିଥିଲେ । ର‌୍ୟାଗିଂ ଘଟଣା ବିଷୟରେ ପୀଡ଼ିତ ଛାତ୍ରଛାତ୍ରୀ, ଅଭିଭାବକମାନେ ମୁହଁ ଖୋଲିବା ସହ ସ୍ଥାନୀୟ ଥାନାରେ ତୁରନ୍ତ ଅଭିଯୋଗ କରିବା ତଥା ଶିକ୍ଷାନୁଷ୍ଠାନର ବରିଷ୍ଠ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷ ର‌୍ୟାଗିଂକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବା, ଥାନା ଗୁଡ଼ିକରେ ଇଦ୍ଭଗ୍ଧସ-ଜବଶଶସଦ୍ଭଶ ଉରକ୍ଷକ୍ଷ ପ୍ରତିଷ୍ଠା, ଉବକ୍ସରରକ୍ସ ଓ ଚଗ୍ଦଚ୍ଚମଷକ୍ଟକ୍ଷକ୍ଟଶସମବକ୍ଷ ଉକ୍ଟଙ୍କଦ୍ଭଗ୍ଦରକ୍ଷକ୍ଷସଦ୍ଭଶ ଭଳି କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ କୌଣସି ଛାତ୍ରଛାତ୍ରୀ ଚାହିଁଲେ ସଂଗଠନର ସମ୍ପୂର୍ଣ୍ଣ ସହାୟତା ନେଇ ପାରିବେ ବୋଲି ଶ୍ରୀଯୁକ୍ତ ପରିଡ଼ା କହିଛନ୍ତି ।

ଆସନ୍ତା ରବିବାର ଭୁବନେଶ୍ୱରଠାରେ ଏକ ଦିନିକିଆ ରାଜ୍ୟସ୍ତରୀୟ ର‌୍ୟାଗିଂ ବିରୋଧୀ କର୍ମଶାଳା ଓ ଆଲୋଚନାଚକ୍ର କରାଯିବା ସହ ସମସ୍ତ ଜିଲ୍ଲାରେ ସଙ୍ଗଠନର ସଦସ୍ୟମାନଙ୍କୁ ଏଭଳି କୌଣସି ଘଟଣାରେ ପୀଡ଼ିତଙ୍କୁ ସହଯୋଗ ପାଇଁ ଘୋଷଣା କରାଯାଇଛି । ସମସ୍ତ ହଷ୍ଟେଲ ଗୁଡ଼ିକରେ ର‌୍ୟାଗିଂ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ର‌୍ୟାଗିଂରେ ସମ୍ପୃକ୍ତ ଦୋଷୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମ୍ପୂର୍ଣ୍ଣ ର‌୍ୟାଗିଂମୁକ୍ତ କ୍ୟାମ୍ପସ୍ ଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ଅଂଶଗ୍ରହଣକାରୀମାନେ ନିବେଦନ କରିଛନ୍ତି । ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନର ସହ-ଆବାହକ ମୀର ଅହମ୍ମଦ ଅଲ୍ଲୀ ଓ ସତ୍ୟବ୍ରତ ଜେନାଙ୍କ ସହ ଗାନ୍ଧିବାଦୀ ନେତା ପ୍ରହ୍ଲାଦ ସିଂ, ମଧୁସୂଦନ ଦାସ, ମନୋଜ ଜେନା, ଆର୍ଯ୍ୟଭଟ୍ଟ ମହାନ୍ତି, ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ, ଟଦ୍ଭସଗ୍ଧରୟ ଈଚଟଞ ଝଗ୍ଧଙ୍କୟରଦ୍ଭଗ୍ଧଗ୍ଦ ଇଗ୍ଦଗ୍ଦକ୍ଟମସବଗ୍ଧସକ୍ଟଦ୍ଭ ର ଆବାହକ ପ୍ରଦୋଷ ପରିଡ଼ା, ସମାଜସେବୀ ତୁଷାରକାନ୍ତି ପ୍ରମୁଖଙ୍କ ସହ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.