Latest Odisha News

BREAKING NEWS

୧୧ ବର୍ଷୀୟ ଯୁବ କ୍ରିକେଟରଙ୍କ ଚିକିତ୍ସା ପାଇଁ ରାହୁଲ ସାଜିଲେ ଦେବଦୂତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଜି ଜଣେ ୧୧ବର୍ଷୀୟ ଯୁବ କ୍ରିକେଟରଙ୍କ ପାଇଁ ଦେବଦୂତ ସାଜିଛନ୍ତି । ମୁମ୍ବାଇର ବରଦ ଏକ ଅଜଣା ରୋଗରେ ହଠାତ ଆକ୍ରାନ୍ତ ହୋଇଥିଲେ । ଡାକ୍ତର ତାଙ୍କୁ ତୁରନ୍ତ ବୋନ ମେରୋ ଟ୍ରାନ୍ସପ୍ଲାଂଟ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିଲା । ବରଦଙ୍କ ବାପା ସଚିନ ଯିଏ କି ଜଣେ ଇନସୁରାନ୍ସ ଏଂଜେଟ ଭାବେ କାର୍ଯ୍ୟ କରନ୍ତି ତାଙ୍କ ପାଇଁ ଏହା ସ୍ୱପ୍ନ ସଦୃଶ ଥିଲା ।

ରାହୁଲଙ୍କ କାନରେ ଏହି କଥା ବାଜିଲା । ସେ ୩୧ ଲକ୍ଷ ଟଙ୍କା ସହଯୋଗ କରିଥିଲେ । ୪ ଲକ୍ଷ ଟଙ୍କା ଅନଲାଇନ କ୍ୟାମ୍ପେନରୁ ଯୋଗାଡ ହୋଇଥିଲା । ଏବେ ଖୁବ୍ ଶୀଘ୍ର ତାଙ୍କ ସର୍ଜରୀ କରାଯିବ । ବରଦଙ୍କ ପରିବାରବର୍ଗ ପକ୍ଷରୁ ରାହୁଲଙ୍କୁ ଏଥିନେଇ ଧନ୍ୟବାଦ ଜଣାଇଛନ୍ତି ।

Comments are closed.