Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ତପସ୍ୱିନୀଙ୍କୁ ବଡ଼ ଝଟକା, ମାସିକ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଦେବେ ସୁମିତ୍

କଟକ : ବହୁ ଚର୍ଚ୍ଚିତ ସୁମିତ ତପସ୍ୱିନୀ ମାମଲା। ଏବେ ତପସ୍ୱିନୀଙ୍କୁ ଲାଗିଲା ବଡ଼ ଝଟକା। ଏହି ବିବାଦ ମାମଲାରେ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ। ଏବେ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ମିଳିବ ୧୦ ହଜାର ଟଙ୍କା । ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ବଦଳରେ ୧୦ହଜାର ଦେବାକୁ ରାୟ ଦେଇଛନ୍ତି କୋର୍ଟ ।

ମାମଲାକୁ ନେଇ ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । ମାସେ ମଧ୍ୟରେ ଶଶୁର ଘର ଛାଡି ଅନ୍ୟତ୍ର ଭଡା ଘରେ ରହିବାକୁ ତପସ୍ୱିନୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଆସ୍କାରେ ଭଡା ଘର ନେଇ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଘର ଖୋଜି ଶଶୁର ଘର ତପସ୍ୱୀନିଙ୍କୁ ଜଣାଇବା ପରେ ଭଡା ଘରେ ରହିବା ପାଇଁ କୁହାଯାଇଛି ।

ତେବେ ତଳକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୮ ତାରିଖରେ ରହିଥିବା ତପସ୍ୱିନୀଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

ପୁର୍ବରୁ ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଦେବା ପାଇଁ ଆବେଦନ କରିଥିଲେ ତପସ୍ୱିନୀ । ଆର୍ଥିକ ସ୍ଥିତି ଭଲ ନଥିବାରୁ ଦାବି ମୁତାବକ ପୁରଣ କରିପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଇଥିଲେ ସୁମିତ୍ । ତେବେ ଏହି ମାମଲାର ଶୁଣାଣି କରି ୧୭ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed, but trackbacks and pingbacks are open.