Latest Odisha News

BREAKING NEWS

୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଲେ ରାହୁଲ ଡ୍ରାଭିଡଙ୍କ ପୁଅ

ନୂଆଦିଲ୍ଲୀ: ବିସିସିଆଇ ଚୟନ କମିଟି ଶ୍ରୀଲଙ୍କା ଗସ୍ତ ପାଇଁ ୧୯ ବର୍ଷରୁ କମ ଭାରତୀୟ ଦଳର ଘୋଷଣା କରିଛି । ଯଶବର୍ଦ୍ଧନ ସିଂଙ୍କ ନେତୃତ୍ୱରେ ଘୋଷିତ ଦଳରେ ରାହୁଲ ଡ୍ରାଭିଡଙ୍କ ପୁତ୍ର ଅନବୟ ଡ୍ରାଭିଡ ସ୍ଥାନ ପାଇଛନ୍ତି । ସେ ୱିକେଟକିପର ଦାୟିତ୍ୱ ତୁଲାଇବେ । ଏହି ଅବସରରେ ମଲ୍ଟି ଡେ ଟିମ ମଧ୍ୟ ଘୋଷଣା କରାଯାଇଛି । ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତରେ ୩ଟି ଦିନିକିଆ ଓ ୨ଟି ମଲ୍ଟି ଡେ ମ୍ୟାଚ ଖେଳିବ । ଜୁଲାଇ ୪ରୁ ଏହି ସିରିଜ ଆରମ୍ଭ ହେବ ।

ଭିନୁ ମଙ୍କଡ ଟ୍ରଫିରେ ଅନବୟ କର୍ଣ୍ଣାଟକ ଟିମର ନେତ୍ୱତ୍ୱ ନେଇ ବେଶ ଚର୍ଚ୍ଚା ସାଉଁଟିଥିଲେ । ତାଙ୍କ ନେତୃତ୍ୱରେ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା । ସେ ୬ ଇନିଂସରେ ୨୨୦ ରନ କରିଥିଲେ ।
୧୯ ବର୍ଷରୁ କମ ଦିନିକିଆ ଭାରତୀୟ ଦଳ: ସାଗର ୱିର୍କ, ଲକ୍ଷ୍ୟ ରାୟଚନ୍ଦାନୀ(ଉପଅଧିନାୟକ), ଯଶବର୍ଦ୍ଧନ ସିଂ ଚୌହ୍ୱାନ(ଅଧିନାୟକ), ବିନୀତ ବିକେ, ଅର୍ଜୁନ ରାଜପୁତ, କୁଶାଗ୍ର ଓଝା, ରଜତ ବାଘେଲ, ଅନବୟ ଡ୍ରାଭିଡ, ଅନମୋଲଜିତ ସିଂ, ବୁତକୁରୀ ଯଶବୀର ଗୌଡ , ରୋହିତ ଅନୀଲ ଯାଦବ, ଶାବୀନ ୱି, କାବ୍ୟା ପରେଶ ପଟେଲ, ମୋହିତ ଉଲବା, ଈଶାନ ସୁଦ ।

Leave A Reply

Your email address will not be published.