Latest Odisha News

BREAKING NEWS

Railway Job Scam: ରେଲୱେ ଚାକିରି ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ;ଜଣେ ଗିରଫ

ଭଦ୍ରକ: ରେଲୱେ ଚାକିରି କରେଇଦେବା ନାଁରେ ୨୧ ଲକ୍ଷ ଚଳୁ କରି ବନ୍ଧା ହେଲେ ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ । ଟଙ୍କା ନେଇ ଇଷ୍ଟର୍ଣ୍ଣ ରେଲୱେର ଲୋଗୋ ଥିବା ନକଲି ନିଯୁକ୍ତି ପତ୍ର ଦେଇଥିଲେ । ଗିରଫ ଅଭିଯୁକ୍ତ ଠାରୁ ନିକଲି ନିଯୁକ୍ତି ପତ୍ର ସହ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଥିବା ଆସିକା ଏସଡିପିଓ ସୌରଭ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ଆସିକା ଥାନାର ସାପୁଆପଲ୍ଲୀ ଗ୍ରାମର ବାଳକୃଷ୍ଣ ପାଳ ନାମକ ଜଣେ ଯୁବକଙ୍କୁ ରେଲୱେ ଲୋକ ପାଇଲେଟ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଗଦାଧର ନାଥ ୨୧ ଲକ୍ଷ ଟଙ୍କା ଠକି ନେଇଥିଲେ । ଏନେଇ ଆସିକା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାରରେ ଆସିକା ଥାନାର ଦୁଇଟି ଟିମ୍ ଭଦ୍ରକ ପୋଲିସ ସହାୟତାରେ ଅଭିଯୁକ୍ତ ଗଦାଧର ନାଥଙ୍କୁ ଭଦ୍ରକରୁ ଗିରଫ କରିଛି ।

Leave A Reply

Your email address will not be published.