Latest Odisha News

BREAKING NEWS

ବିଜେପିକୁ ରାହୁଲଙ୍କ ପୁଣି ଟାର୍ଗେଟ୍ ! ପଚାରିଲେ; ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଉ ସେହି ସମାନ ପ୍ରଶ୍ନ ପୁଣିଥରେ ଦୋହରାଇଛନ୍ତି । ମାନେ, ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଏଆଇସିସି କାର୍ଯ୍ୟାଳୟରେ ସିଇସି କମିଟି ବୈଠକରେ ସାମିଲ ହେବାକୁ ପହଞ୍ଚିଥିବା ବେଳେ ବିଜେପିକୁ ଏଭଳି ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲ ପଚାରିଛନ୍ତି ଏତେ ଟଙ୍କା କାହାର ଓ କେଉଁଠୁ ଆସିଲା । ଅଦାନୀଙ୍କ ସେଲ୍ କମ୍ପାନିରେ ହୋଇଥିବା ଏହି ନିବେଶ ଉପରେ ବିଜେପି ଜବାବ ରଖୁ ବୋଲି ରାହୁଲ କହିଛନ୍ତି।

କେବଳ ଗଣମାଧ୍ୟମରେ ନୁହେଁ, ପୂର୍ବରୁ ସୋସିଆଲ ମିଡିଆରେ ମଧ୍ୟ ରାହୁଲ ଏହି ସମାନ ପ୍ରଶ୍ନ ବାରମ୍ବାର ଦୋହାରାଇଛନ୍ତି । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ରାହୁଲ ଲେଖିଥିଲେ ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର ? ଏପରିକି ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ପଚାରିବା ସହ ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି ରାହୁଲ । ସାଂସଦ ପଦ ରଦ୍ଦ ହେବା ପରେ ମଧ୍ୟ ରାହୁଲ କହିଥିଲେ, ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ । ମୁଁ ଡରେ ନାହିଁ । ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢେଇ କରୁଛି ଆଗକୁ ମଧ୍ୟ ଏହି ଲଢେଇ ଜାରି ରଖିବି ।

 

Leave A Reply

Your email address will not be published.