Latest Odisha News

BREAKING NEWS

ନିର୍ବାଚନ ପ୍ରଚାର ବେଳେ ରାହୁଲଙ୍କ ନିଆରା ପ୍ରୟାସ, ହୋଟେଲ ପହଞ୍ଚିବାକୁ ସ୍କୁଟିରେ ଯାତ୍ରା

ବେଙ୍ଗାଲୁରୁ: ୧୦ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏହା ପୂର୍ବରୁ ସମସ୍ତ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ନିଜ ନିଜ ଦଳର ଷ୍ଟାର ପଚାରକ ଆସି ଜୋରଦାର ପ୍ରଚାର କରୁଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏକ ଡେଲିଭରି ଏଜେଣ୍ଟ ସ୍କୁଟରରେ ରବିବାର ଦିନ ବେଙ୍ଗାଲୁରୁ ସହରରେ ବୁଲିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମେ କାନ୍ଦୁଥିବା ଛୋଟଛୁଆକୁ ଶାନ୍ତ କରାଉଛନ୍ତି। ତା’ପରେ ସେ ଏକ ଡେଲିଭର ଏଜେଣ୍ଟ ସହିତ ଏକ ସ୍କୁଟରେ ଚଢୁଛନ୍ତି। ରାହୁଲ ସ୍କୁଟର ପଛରେ ହେଲମେଟ ପିନ୍ଧି ବସିଛନ୍ତି। ଉଭୟ ଧୀରେ ଧୀରେ ସମର୍ଥକଙ୍କ ଭିଡ ଦେଇ ଯାଉଛନ୍ତି। କଂଗ୍ରେସ ନେତା ତାଙ୍କ ହୋଟେଲରେ ପହଞ୍ଚିବା ପାଇଁ ପ୍ରାୟ ଦୁଇ କିଲୋମିଟର ସ୍କୁଟରରେ ଯାତ୍ରା କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ନିକଟ ଅତୀତରେ ରାହୁଲ ଗାନ୍ଧୀ ତାଙ୍କ ସମର୍ଥକଙ୍କୁ ଭେଟିବା ପାଇଁ ଅନେକ ଥର ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଭରତ ଯୋଡ ଯାତ୍ରା ଆରମ୍ଭ କରିବା ପରଠାରୁ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବରେ ଜନସାଧାରଣଙ୍କ ନିକଟରେ ପହଂଚିବା ଏବଂ ଏହିଭଳି ନିଆରା ଚାଲିଚଲଣି ଜରିଆରେ ସାଧାରଣ ଲୋକଙ୍କ ସହ ଯୋଡି ହେବାପାଇଁ ଏକ ପ୍ରୟାସ ବୋଲି କୁହାଯାଉଛି।

ଗତ ମାସରେ ପୂର୍ବତନ କଂଗ୍ରେସ ସଭାପତି ରମଜାନ ସମୟରେ ଓଲ୍ଡ ଦିଲ୍ଲୀର ଏକ ବଜାର ବୁଲିଥିବା ଦେଖିବାକୁ ମିଳିଥିଲା। ସେହିପରି କଂଗ୍ରେସ ନେତା ଶୁକ୍ରବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରଏକ ବୟଜ ହଷ୍ଟେଲକୁ ଯାଇଥିଲେ। ଆଉ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ।

ଉଲ୍ଲେଖନୀୟ କଥା ହେଉଛି, କର୍ଣ୍ଣାଟକ ନିର୍ବାଚନକୁ ମାତ୍ର ଚାରି ଦିନ ବାକି ଥିବାବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଯେଉଁଥିରେ ରାହୁଲ ଡେଲିଭରୀ ଏଜେଣ୍ଟଙ୍କ ସହ ସ୍କୁଟିରେ ବୁଲିବା ମଧ୍ୟ ଏକ ପ୍ରକାର ପ୍ରଚାର।

Leave A Reply

Your email address will not be published.