Latest Odisha News

BREAKING NEWS

ନୋ ବଲରେ ବାଜି ପଲଟାଇଲା ହାଇଦ୍ରାବାଦ, ଘରୋଇ ପିଚରେ ହାରିଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଆଇପିଲ ମ୍ୟାଚର ଅନ୍ତିମ ଓଭରରେ ପ୍ରଥମ ୪ଟି ବଲରେ ୬,୬, ୬, ୪ ପରେ ଆଉଟ୍ । ଏହାପର ଶେଷ ଓଭରର ଶେଷ ବଲରେ ୬ ରନର ଆବଶ୍ୟକତା ରହିଛି। ଥରେ ମ୍ୟାଚର ସ୍ଥିତିକୁ ଆକଳନ କରନ୍ତୁ। ଟିଭି କିମ୍ବା ମୋବାଇଲରେ ବସି ଦେଖୁଥିବା ଦର୍ଶକ ହୁଅନ୍ତୁ ଅବା ହଜାର ହଜାର ଟଙ୍କାର ଟିକେଟ କାଟି ପଡିଆରେ ବସି ମ୍ୟାଚ ଦେଖୁଥିବା ଦର୍ଶକଙ୍କ ମନର ସ୍ଥିିତିକୁ। ଏହି ମ୍ୟାଚ ଥିଲା ରାଜସ୍ଥାନ ଜୟପୁରର ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ। ଶେଷ ବଲରେ ୬ ରନ୍ ବାକିଥିଲା। କିନ୍ତୁ ଏହି ବୋଲ୍ ନୋ ବୋଲ ହେବା ପରେ ଫ୍ରି ହିଟର ସୁଯୋଗ ବ୍ୟାଟସମ୍ୟାନଙ୍କୁ ଛକା ମାରିବାର ସୁଯୋଗ ଦେବାରୁ ହାଇଦ୍ରାବାଦ ଟିମ୍ ୪ ୱିକେଟରେ ମ୍ୟାଚ ଜିତିଛି। ରବିବାର ଏହିଭଳି ଏକ ହାଇଭୋଲଟେଜ ମ୍ୟାଚ ଆଇପିଏଲରେ ଦେଖିବାକୁ ମିଳିଛି।

ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା ଘରୋଇ ଦଳ। ଏହାର ଜବାବରେ ସନ ରାଇଜର୍ସ ହାଇଦ୍ରାବାଦ ୬ଟି ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଛି।

ତେବେ ଏହି ମ୍ୟାଚର ଶେଷ ଦୁଇ ଓଭର ବେଶ ରୋମାଞ୍ଚକର ରହିଛି। ମ୍ୟାଚର ଟାର୍ଗେଟ ଅଧିକ ରହିଥିବାରୁ ହାଇଦ୍ରାବାଦ ଟାର୍ଗେଟ୍ ପିଛା କରିବା କଷ୍ଟକର ଥିଲା। ହେଲେ ଗ୍ଲେନ ଫିଲିପ୍ସଙ୍କ ୭ଟି ବଲରେ ୨୫ ରନର ଇନିଂସ ସନରାଇଜର୍ସକୁ ମ୍ୟାଚକୁ ଜିତିବା ପାଇଁ ରାସ୍ତା ଦେଖାଇଥିଲା। ଏହା ପରେ ଅବଦୁଲ ସମଦ ଶେଷ ବଲରେ ଛକା ମାରି ହାଇଦ୍ରାବାଦକୁ ମ୍ୟାଚ ଜିତାଇଥିଲେ।

ଅଭିଷେକ ଶର୍ମା ହାଇଦ୍ରାବାଦ ପାଇଁ ୩୪ ବଲରେ ୫୫ ରନର ସର୍ବାଧିକ ରନ୍ ଖେଳିଥିଲେ। ଏବଂ ରାହୁଲ ତ୍ରିପାଠୀ ୨୯ ବଲରେ ୪୭ ରନ୍ ସଂଗ୍ରହ କରିଥିଲେ। ଶେଷରେ ଗ୍ଲେନ ଫିଲିପ୍ସ ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ। ସେହିପରି ରାଜସ୍ଥାନ ପାଇଁ ଯୁଜଭେନ୍ଦ୍ର ଚହଲ ସର୍ବାଧିକ ୪ ୱିକେଟ୍ ନେଇଥିଲେ।

୨୧୫ ରନ୍‌ର ଟାର୍ଗେଟକୁ ପିଛା କରି ହାଇଦ୍ରାବାଦ ଅନମୋଲପ୍ରୀତ ସିଂ ଏବଂ ଅଭିଷେକ ଶର୍ମାଙ୍କ ଦ୍ୱାରା ଭଲ ଇନିଂସ ଆରମ୍ଭ ହୋଇଥିଲା। ଦୁଇ ଓପନରଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୫୧ ରନ୍ ଭାଗିଦାରୀ ହୋଇଥିଲା। କିନ୍ତୁ ତା’ପରେ ଯୁଜଭେନ୍ଦ୍ର ଚହଲ ସନରାଇଜର୍ସଙ୍କୁ ପ୍ରଥମ ଝଟକା ଦେଇଥିଲେ। ୨୫ ବଲରେ ୩୩ ରନ୍ କରିବା ପରେ ଅନମୋଲପ୍ରୀତ ଆଉଟ୍ ହୋଇଥିଲେ।

ଏହାପରେ ଅଭିଷେକ ଶର୍ମା ଏବଂ ରାହୁଲ ତ୍ରିପାଠୀ ସନ୍ ରାଇଜର୍ସ ହାଇଦ୍ରାବାଦର ଇନିଂସକୁ ଆଗେଇ ନେଇଥିଲେ। କିନ୍ତୁ ତା’ପରେ ଆର ଅଶ୍ୱିନ୍ ଅଭିଷେକ ଶର୍ମାଙ୍କୁ ଆଉଟ କରିଥିଲେ। ୩୪ ବଲରେ ୫୫ ରନ୍ କରିବା ପରେ ଅଭିଷେକ ଆଉଟ୍ ହୋଇଥିଲେ। ୧୬ ତମ ଓଭରରେ ୧୫୬ ରନ୍ ବେଳେ ସନରାଇଜର୍ସ ହାଇଦ୍ରାବାଦକୁ ଚହଲ ତୃତୀୟ ଝଟକା ଦେଇଥିଲେ। ୧୨ ବଲରେ ୨୬ ରନ୍ କରିବା ପରେ କ୍ଲାସେନଙ୍କୁ ଆଉଟ କରିଥିଲେ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା। ୧୮ ବଲରେ ୩୫ ରନ୍ କରିବା ପରେ ଜୟସ୍ୱାଲ ଆଉଟ୍ ହୋଇଥିଲେ। ଜୋସ୍ ବଟଲର୍ ରାଜସ୍ଥାନ ରୟାଲ୍ସ ପାଇଁ ୫୯ ବଲରେ ୯୫ ରନର ଏକ ବଡ଼ ଇନିଂସ ଖେଳିଥିଲେ। ଏବଂ ସଞ୍ଜୁ ସାମସନ ୩୮ ବଲରେ ଅପରାଜିତ ୬୬ ରନ୍ କରିଥିଲେ। ମାର୍କ ଜନସନ ଏବଂ ଭୁବନେଶ୍ୱର କୁମାର ସନରାଇଜର୍ସଙ୍କ ପାଇଁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Leave A Reply

Your email address will not be published.