Latest Odisha News

BREAKING NEWS

୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ

କାଇରୋ: ଦୀର୍ଘ ୧୨ ବର୍ଷ ପରେ ଆରବ ଲିଗକୁ ଫେରିଛି ସିରିଆ । ଏହା ସପକ୍ଷରେ କାଇରୋରେ ଅନୁଷ୍ଠିତ ବୈଠକରେ ଆରବ ସରକାରଙ୍କ ପ୍ରତିନିଧିମାନେ ଭୋଟିଂ କରିଛନ୍ତି । ମାର୍ଚ୍ଚ ୨୦୧୧ରେ ଲିଗକୁ ବିରୋଧ କରିବାରୁ ସିରିଆର ସଦସ୍ୟତାକୁ ନିଲମ୍ବିତ କରାଯାଇଥିଲା । ସେବେଠାରୁ ସିରିଆରେ ଗୃହଯୁଦ୍ଧ ଓ ଆତଙ୍କବାଦୀ ଆକ୍ରମଣ ଯୋଗୁ ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ନିୟୁତ ଲୋକ ବିସ୍ଥାପିତ ହୋଇଛନ୍ତି । ଇଜିପ୍ଟ, ସାଉଦିଆରବ, ଲେବାନନ, ଜୋର୍ଡାନ ଓ ଇରାକର ଉଦ୍ୟମ ଯୋଗୁ ସିରିଆ ପୁନର୍ବାର ଏଥିରେ ସାମିଲ ହୋଇପାରିଛି । ଓଭରାଲ ୨୨ ଦେଶରୁ ୧୩ ସମର୍ଥନ କରିଥିଲେ ।

ଅନେକ ଦେଶର ସରକାର ଏହି ଭୋଟ ଗ୍ରହଣରେ ଭାଗ ନେଇ ନ ଥିଲେ । ସିରିଆ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ବିରୋଧୀ ଦଳକୁ ସମର୍ଥନ କରୁଥିବା କତାର ମଧ୍ୟ ଏଥିରେ ସାମିଲ ହୋଇ ନ ଥିଲା । ଆରବ ଲିଗ ଏବେ ସାଉଦି ଆରବ, ଲେବାନନ, ଜୋର୍ଡାନ ଓ ଇରାକକୁ ନେଇ ଏକ ଯୋଗାଯୋଗ କମିଟି ଗଠନ କରାଯାଇଛି ।

Leave A Reply

Your email address will not be published.