Latest Odisha News

BREAKING NEWS

ସଂସଦୀୟ ବୈଠକରେ ରାହୁଲଙ୍କ ପ୍ରଶ୍ନ: ଖାଦ୍ୟ କୁ ନେଇ ପାତରଅନ୍ତର କାହିଁକି?

ନୂଆଦିଲ୍ଲୀ: ପ୍ରତିରକ୍ଷା ସଂସଦୀୟ ବୈଠକରେ ଯବାନଙ୍କ ଖାଦ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧୀ । ସୀମାନ୍ତରେ ଅବସ୍ଥାପିତ ଯବାନ ଏବଂ ଅଧିକାରୀଙ୍କ ମଧ୍ୟରେ ଖାଦ୍ୟରେ କାହିଁକି ପାର୍ଥକ୍ୟ ଅଛି ବୋଲି ଗାନ୍ଧୀ ପ୍ରଶ୍ନ କରିଛନ୍ତି।

କୌତୁହଳର ବିଷୟ ହେଉଛି ଏହା କି ଏହି ପ୍ରସଙ୍ଗକୁ ଅତୀତରେ ତେଜ ବାହାଦୂର ଯାଦବଙ୍କ ଭଳି କିଛି ଯବାନଙ୍କ ଦ୍ୱାରା ଉଠାଯାଇଥିଲା । ଯିଏକି ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ।ସରକାରଙ୍କ ଅସ୍ପଷ୍ଟ ଚୀନ ନୀତି କୁ ସମାଲୋଚନା କରି ରାହୁଲ କହିଥିଲେ କି ଦେଶ ମାତୃକା ର ସେବା କରିବା ପାଇଁ ଯେଉଁ ଯବାନ ସୀମା ରେ ଲଢ଼ୁଛି, ତାଙ୍କ ଜୀବନକୁ ନେଇ କାହିଁକି ରାଜନୀତି କରାଯାଉଛି ।

ଗ୍ରାମୀଣ ପୃଷ୍ଠଭୂମି କୁ ଯୋଗୁଁ ଯବାନ ଓ ଅଧିକାରୀ ଙ୍କ ମଧ୍ୟରେ ଖାଦ୍ୟଅଭ୍ୟାସ ରେ ପାର୍ଥକ୍ୟ ଥିବା କଥା କହି ସରକାର ଏହି ସମାଲୋଚନା କୁ ଖଣ୍ଡନ କରିଛନ୍ତି ।

ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତୀୟ ଓ ଚୀନ୍ ବୈଦେଶିକ ମନ୍ତ୍ରୀମାନଙ୍କ ସୀମା ସ୍ଥିତିକୁ ନେଇ ଆଲୋଚନା ହୋଇଛି । ଏହାର ଗୋଟିଏ ଦିନପରେ ପ୍ରତିରକ୍ଷା ପ୍ରସଙ୍ଗରେ ହୋଇଥିବା ସଂସଦୀୟ ପ୍ୟାନେଲରେ ରାହୁଲ ଗାନ୍ଧୀ ପ୍ରଥମଥର ପାଇଁ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.