Latest Odisha News

ରାହୁଲଙ୍କ ପ୍ରଶ୍ନ; ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କାହିଁକି ନତମସ୍ତକ ହେଲେ ବାଚସ୍ପତି?

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପ୍ରଶ୍ନ ପଚାରିଲ‌େ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ର୍ଚଚ୍ଚା ଜୋର୍ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସମୟରେ କାହିଁକି ପ୍ରଣାମ କରିଥିଲେ ଓମ ବିର୍ଲା।

ରାହୁଲ ଗାନ୍ଧୀ କହିଛନ୍ତି, “ଯେତେବେଳେ ମୁଁ, ବାଚସ୍ପତି ଓମ ବିର୍ଲାଙ୍କ ହାତ ମିଶାଇଲି ସେତେବେଳେ ସେତେବେଳେ ସ‌େ ସିଧା ଠିଆ ହୋଇଥିଲ‌େ। କିନ୍ତୁ ଯେତେବେଳ‌େ ମୋଦି ତାଙ୍କ ସହ ହାତ ମିଳାଇଲେ, ସେତେବେଳେ ବାଚସ୍ପତି ନତମସ୍ତକ ହୋଇଥିଲେ‌।

ରାହୁଲ ଗାନ୍ଧୀଙ୍କୁ ଉତ୍ତର ଦେବାକୁ ଯାଇ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ” ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୃହର ଲିଡର୍। ମୋର ସଂସ୍କୃତି ଏବଂ ନ‌ୈତିକତା ଶିଖାଇଛି ଯ‌େ, ନିଜଠୁ ବଡଙ୍କୁ ନତମସ୍ତକ ହ‌ୋଇ ସମ୍ମାନ ଜଣାଇବ। ଓମ ବିର୍ଲା ଆହୁରି ମଧ୍ୟ କହିଛନ୍ତି ଯେ ନ‌ୈତିକତା ଶିଖାଏ ଯ‌େ, ଆମେ ବଡ଼ମାନଙ୍କୁ ପ୍ରଣାମ କରିବା ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କ ପାଦ ଛୁଇଁବା।

ତେବେ କଂଗ୍ରେସ ନେତା ସେତିକିରେ ଅଟକି  ଯାଇନାହାଁନ୍ତି। ସ‌େ ଆହୁରି ମଧ୍ୟ କହିଛନ୍ତି ଯ‌େ ମୁଁ ସମ୍ମାନର ସହ ଆପଣଙ୍କ କଥାକୁ ଗ୍ରହଣ କରୁଛି, କିନ୍ତୁ ଗୃହରେ ବାଚସ୍ପତିଙ୍କଠାରୁ ବଡ଼ କେହି ନାହାଁନ୍ତି ବୋଲି ମୁଁ ଆପଣଙ୍କୁ କହିବାକୁ ଚାହେଁ।

Leave A Reply

Your email address will not be published.