Latest Odisha News

BREAKING NEWS

କଂଗ୍ରେସରେ ରାହୁଲଙ୍କ ଭବିଷ୍ୟତ ଅନ୍ଧକାର, ଅନୁଗାମୀଙ୍କ ଭବିଷ୍ଯତ ଆହୁରି ଅନ୍ଧକାର: ହିମନ୍ତ ଶର୍ମା

ତେଜପୁର: ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭବିଷ୍ୟତ ଅନ୍ଧକାର ଏବଂ ତାଙ୍କ ଅନୁଗାମୀମାନଙ୍କ ଭବିଷ୍ୟତ ଆହୁରି ଅନ୍ଧକାରମୟ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ କଠୋର ସମାଲୋଚକ ହିମନ୍ତ ଶର୍ମା କହିଛନ୍ତି ଯେ ଯେଉଁମାନେ ମୋଦୀଙ୍କୁ ପ୍ରଶଂସା କରନ୍ତି ଏବଂ ଭାରତକୁ ‘ବିଶ୍ୱ ଗୁରୁ’ ହେବାକୁ ଚାହୁଁଛନ୍ତି ସେମାନେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଭୋଟ୍ ଦେବେ।

ଆସନ୍ତା ବର୍ଷ ପ୍ରାରମ୍ଭରେ କଂଗ୍ରେସର ରାଜ୍ୟ ସଭାପତି ଭୂପେନ ବୋରା ବିଜେପିରେ ଯୋଗ ଦେବେ ବୋଲି ହିମନ୍ତ ଶର୍ମା ପୂର୍ବାନୁମାନ କରିଛନ୍ତି। ବୋରାଙ୍କ ପାଇଁ ଦୁଇଟି ନିର୍ବାଚନ ମଣ୍ଡଳୀ ପ୍ରସ୍ତୁତ ରହିଥିବା ସେ ଦାବି କରିଥିଲେ ମଧ୍ୟ ସେହି ସ୍ଥାନର ନାମ ପ୍ରକାଶ କରିନାହାନ୍ତି।

ତେବେ ବୋରା ଜୋରହାଟରେ ଏକ ସାମ୍ବାଦିକ ସମ୍ମିଳନୀରେ ହିମନ୍ତ ଶର୍ମାଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଇଣ୍ଡ ଗେମ୍ ଖେଳୁଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବୋରା ଅଭିଯୋଗ କରିଛନ୍ତି। କଂଗ୍ରେସ ଏଭଳି ରଣକୌଶଳରେ ପଡ଼ିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେପ୍ଟେମ୍ବର ୨୦୧୫ରେ ବିଜେପିରେ ଯୋଗ ଦେଇ ୨୦୨୧ ମେ’ ମାସରେ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିବା ହିମନ୍ତ ଶର୍ମା କହିଛନ୍ତି ଯେ ଗତ ଦେଢ଼ ମାସ ମଧ୍ୟରେ କଂଗ୍ରେସରେ ଉଲ୍ଲେଖନୀୟ ଅସ୍ଥିରତା ଦେଖାଦେଇଛି ଏବଂ ଅନେକ ନେତା ଓ କର୍ମୀ ବିଜେପି ଏବଂ ଆସାମ ଗଣ ପରିଷଦ (ଏଜିପି)ରେ ଯୋଗ ଦେଇଛନ୍ତି। ୨୦୨୬ ସୁଦ୍ଧା ଆସାମରେ କଂଗ୍ରେସ ଦଳ ଭାଙ୍ଗିଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Leave A Reply

Your email address will not be published.