Latest Odisha News

BREAKING NEWS

କଟକରୁ ପୁଣି ନକଲି ପୂଜା ଘିଅ, ସସ୍ କାରଖାନା ଠାବ

କଟକ: ପୁଣି କଟକରୁ ଅସଲି ବ୍ରାଣ୍ଡର ନକଲି ଜିନିଷ ଠାବ ।  କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ନଂ ୱାର୍ଡ ସ୍ଥିତ ଗାନ୍ଧିଛକ ନିକଟରେ ଏକ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଢାଉ ହୋଇଛି । ପୋଲିସ ଚଢାଉରେ କରି କମ୍ପାନୀ ଭିତରୁ ୧୦୦୦ କେଜିରୁ ଉର୍ଦ୍ଧ ଗୁଆଘିଆ ଓ ସସ ଜବତ କରିଛି । ଏହା ସହ ବିଭିନ୍ନ ମେସିନ ମଧ୍ୟ ଜବତ କରିଛି ପୋଲିସ । ଏହି ଘଟଣାରେ ପୋଲିସ କମ୍ପାନୀ ମାଲିକକୁ ଅଟକ ରଖିଥିବା ସୂଚନା ମିଳିଛି । ବେଆଇନ ଭାବେ ଦୀର୍ଘ ୫ ବର୍ଷ ହେଲା ଏଠାରେ ଘିଅ ଓ ସସ ପ୍ରସ୍ତୁତ କରାଯାଉଥିଲା ।

ସୂଚନାନୁସାରେ, ବିଭିନ୍ନ କେମିକାଲକୁ ମିଶ୍ରଣ କରାଯାଇ ଏହି ସାମଗ୍ରୀ ଗୁଡିକ ବିଭିନ୍ନ ମେସିନ ମାଧ୍ୟମରେ ପ୍ରସ୍ତୁତ ଓ ପାକିଙ୍ଗ କରାଯାଇଥାଏ। ସମସ୍ତ ମେସିନ ଓ ରାସାୟନିକ  ସାମଗ୍ରୀକୁ ପୋଲିଶ ଜବତ କରିଛି । ପାଞ୍ଚବର୍ଷ ହେବ ଏଠି ବେଧଡକ ଭାବେ ପ୍ରସ୍ତୁତି ଚାଲି ମାର୍କେଟରେ ସପ୍ଲାଇ ହେଉଥିବାବେଳେ ପୋଲିସ କିଭଳି ଟେର ପାଇନଥିଲା ତାକୁ ନେଇ ପ୍ରଶ୍ନ ଉଠୁଛି । ଗତ ସପ୍ତାହରେ କଟକର ମାଲଗୋଦାମ ଥାନା ଅଂଚଳରୁ ନକଲି ମହୁ, ଅଗୁରୁ ଓ ଗଙ୍ଗାଜଳ ଜବତ କରାଯାଇଥିଲା ।

Leave A Reply

Your email address will not be published.