Latest Odisha News

BREAKING NEWS

ସାବଧାନ,ବିନା ୱାରେଣ୍ଟରେ କରାଯିବ ଗିରଫ!!

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନୂଆ ନିୟମ, ସୁରକ୍ଷା ବଳ ବିନା ୱାରେଣ୍ଟ ରେ ସନ୍ଧାନ ଓ ଗିରଫ ପାରିବେ ବୋଲି ୟୁପି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ, ଯେଉଁଥିରେ ସିଆଇଏସଏଫ (ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଭଳି କ୍ଷମତା ରହିବ ବୋଲି ରାଜ୍ୟ ସରକାର ରବିବାର କହିଛନ୍ତି।

ଉତ୍ତରପ୍ରଦେଶ ସ୍ୱତନ୍ତ୍ର ସୁରକ୍ଷା ବଳ କିମ୍ବା ୟୁପିଏସଏସଏଫକୁ କୋର୍ଟ, ବିମାନବନ୍ଦର, ପ୍ରଶାସନିକ ଭବନ, ମେଟ୍ରୋ, ବ୍ୟାଙ୍କ ତଥା ଅନ୍ୟ ସରକାରୀ କାର୍ଯ୍ୟାଳୟର ସୁରକ୍ଷା ଦାୟିତ୍ୱ ଦିଆଯିବ। ଗୃହ ବିଭାଗ ମୁଖ୍ୟ ଶାସନ ସଚିବ ଅଵନିଶ ଅବସ୍ତି କହିଛନ୍ତି ୟୁପିଏସଏସଏଫ ର ୧୦ଟି ବାଟାଲିୟନ ପାଇଁ ୧୭୪୭.୦୬ କୋଟି ର ବ୍ୟୟ ବରାଦ କରାଯିବ । ଏହା ଯୋଗୀ ଆଦିତ୍ୟନାଥ ଙ୍କ ସ୍ୱପ୍ନ ର ପ୍ରୋଜେକ୍ଟ ଥିବା ସେ କହିଛନ୍ତି ।

ଏହି ଫୋର୍ସ ର ଯେକୌଣସି ସଦସ୍ୟ, କୌଣସି ମାଜିଷ୍ଟ୍ରେଟଙ୍କ ଅନୁମତି କିମ୍ବା ୱାରେଣ୍ଟ ବିନା ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିପାରିବ । ଏହି ପାଇଁ ଅଲଗା ଢାଞ୍ଚା ପ୍ରସ୍ତୁତି କରାଯାଉଥିବା ସେ କହିଛନ୍ତି ।

ଏହି ବିଷୟ ନେଇ ସମାଲୋଚକମାନେ ସୂଚାଇ ଦେଇଛନ୍ତି ଏହା ଦ୍ୱାରା ସନ୍ଧାନ ତଥା ଗିରଫ କ୍ଷମତାର ଅପବ୍ୟବହାର କରାଯାଇପାରେ। ସମାଲୋଚନାକୁ ନେଇ ସରକାରଙ୍କ ତରଫରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ । ତଥାପି, ୟୁପିଏସଏସଏଫକୁ ଦିଆଯାଉଥିବା କ୍ଷମତା, କେନ୍ଦ୍ରୀୟ ଶକ୍ତି ସିଆଇଏସଏଫ ସହିତ ସମାନ ରହିବ ବୋଲି ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.