Latest Odisha News

BREAKING NEWS

ରାତି ଅଧରେ ଓଡ଼ିଶାରେ ଚାଲିଥିବା ରେଳ ପ୍ରକଳ୍ପର ସମୀକ୍ଷା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତଟ ରେଳବାଇ ଅଧିନରେ ଥିବା ବିଭିନ୍ନ ରେଲଓ୍ୱେ ପ୍ରକଳ୍ପର ସମୀକ୍ଷା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଧ ରାତିରେ ସେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି । ନିଜ ମନ୍ତ୍ରାଳୟରେ ବସି ଓଡ଼ିଶାର କେଉଁ ପ୍ରକଳ୍ପ କେତେ ବାଟ ଆଗେଇଛି ଓ କେଉଁ ପ୍ରକଳ୍ପର କାମ କଣ ପାଇଁ ଧିମା ପଡ଼ିଛି ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।

୩୦୬ କିଲୋମିଟର ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳପଥର ଅଗ୍ରଗତିକୁ ଗୁରୁତ୍ୱ ଦେଇଛନ୍ତି ନୂଆ ରେଳମନ୍ତ୍ରୀ । ଏହି ପ୍ରକଳ୍ପ କାମ କେତେ ଆଗେଇଛି, କେଉଁଠି ପଡ଼ିରହିଛି ଓ ବିଳମ୍ବ ହେବାର କାରଣ ବାବଦରେ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି ।

ଏଥିସହ ଅନୁଗୋଳ-ସୁକିନ୍ଦା, ତାଳଚେର-ବିମଳାଗଡ଼, ହରିଦାସପୁର-ପାରାଦୀପ, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଲଓ୍ୱେ ଲାଇନ୍ ନିର୍ମାଣର ବି ସମୀକ୍ଷା କରିଛନ୍ତି । ଓଡ଼ିଶାରେ ଚାଲିଥିବା ରେଳ ଲାଇନ୍ ଦୋହରିକରଣ କାମର ବି ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭବିଷ୍ୟତ ପାଇଁ ରୋଡମ୍ୟାପ୍ ବି ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.