Latest Odisha News

BREAKING NEWS

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, ଗଞ୍ଜାମ,ଝାରସୁଗୁଡା, ନୂଆପଡା, ଗଜପତି, ସମ୍ବଲପୁର ବରଗଡ, ଦେବଗଡ, ଯାଜପୁର, ବଲାଙ୍ଗିର, ରାୟଗଡା, କେନ୍ଦୁଝର, ସୋନପୁର, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ, ସୁନ୍ଦରଗଡ ଓ ନବରଙ୍ଗପୁର ଆଦି ଜିଲ୍ଲା ରହିଛି।

ରାଜ୍ୟର ଏହି ୧୮ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି, ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି।

ଏହିସବୁ ଜିଲ୍ଲାଗୁଡିକରେ ଆଜି ସନ୍ଧ୍ୟା ୬ଟା ୪୫ମି.ରୁ ରାତି ୯ଟା ୪୫ମି. ଯାଏଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.