Latest Odisha News

ଶବ ସତ୍କାର ପାଇଁ ୭୫୦୦

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ରହିଛି କରୋନା । ଦିନକୁ ଦିନ କରୋନା ମିଟର ଉପରକୁ ଉଠି ଚାଲିଛି । ସଂକ୍ରମିତ ବଢ଼ୁଛନ୍ତି ଏଥିସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ଭିତରେ କୋଭିଡ ମୃତକଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ରାଶି ଘୋଷଣା କରିଛନ୍ତି । କରୋନାରେ ଯଦି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ଶବ ସତ୍କାର ପାଇଁ ୭୫୦୦ ଟଙ୍କା ଦିଆଯିବ । ଗୋଟିଏ ମୃତଦେହ ପିଛା ୭୫୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତ୍ୟେକ କୋଭିଡ ପଜିଟିଭ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ କରାଯିବ । ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.