Latest Odisha News

BREAKING NEWS

ଶିମିଳିପାଳର ବିଭିନ୍ନ ସ୍ଥାନରେ ବର୍ଷା, ନିଆଁ ଲିଭିବା ନେଇ ଆଶା ଜାଗ୍ରତ

କରଞ୍ଜିଆ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେଉଛି । 

କିଛି ଦିନ ହେବ ଶିମିଳିପାଳରେ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି । କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ସୂଚନା ମିଳିଛି ।

ଦୀର୍ଘ ଦିନ ଧରି ଲାଗି ରହିଥିବା ନିଆଁ ଯୋଗୁଁ କିଛିଦିନ ହେବ ଶିମିଳିପାଳ ପାଦ ଦେଶରେ ଥିବା କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା ବଜାର ଅଞ୍ଚଳରେ ଧୂଆଁର ବଳୟ ଦେଖାଯିବା  ସହ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ନିଆଁ ବଫର ଅଞ୍ଚଳରୁ କୋର ଅଞ୍ଚଳକୁ ବ୍ୟାପୁଥିବା ଫଳରେ ଗାଁ ମୁହାଁ ହେଲେଣି ବନ୍ୟଜନ୍ତୁ । ଶିମିଳିପାଳରେ ନିଆଁର ପ୍ରଭାବରେ ସ୍ଥାନୀୟ ଅଞ୍ଚଳ ମଧ୍ୟ ଧୂଆଁମୟ ହୋଇଯାଇଛି ।

Comments are closed.